ଓଡିଶା

odisha

ETV Bharat / state

ଫନି ପରେ ଉଜୁଡା ଘର ସଜାଡୁଛି ବାସହରା

ଫନି ପରେ ବାସହରା ହୋଇଯାଇଛନ୍ତି ନିମାପଡାର ବହୁ ପରିବାର । ଭିଟାମାଟିକୁ ଆଖି ଆଗରେ ଭୁଷୁଡି ପଡିଥିବା ଦେଖି ଭାଙ୍ଗି ପଡିଛନ୍ତି ଏମାନେ । ପୁଣି ଥରେ ଏହି ଘରକୁ ଯୋଡିବାକୁ କରୁଛନ୍ତି ପ୍ରାଣପ୍ରଣେ ଉଦ୍ୟମ ।

By

Published : May 6, 2019, 8:05 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପୁରୀ: ଫନି ପରେ ଥମିଯାଇଛି ଜୀବନ ଶୈଳୀ । ନା ଖାଇବା, ନା ପିଇବା । ଭିଟାମାଟିକୁ ଆଖି ଆଗରେ ଭୁଷୁଡି ପଡିଥିବା ଦେଖି ଭାଙ୍ଗି ପଡିଛନ୍ତି ବାତ୍ୟା ପୀଡିତ । ଖିନବିନ୍‌ ହୋଇ ପଡିରହିଥିବା ଭଗ୍ନାବିଶେଷକୁ ଯୋଡିବାରେ ଲାଗିଛନ୍ତି ଏମାନେ । ଏଣେ ତେଣେ ପଡିଥିବା ଆସବାପତ୍ରକୁ କରୁଛନ୍ତି ସଂଗ୍ରହ । ଏ ହେଉଛି ଫନି ତାଣ୍ଡବରେ ଶ୍ରୀହୀନ ହୋଇପଡିଥିବା ପୁରୀ ଅନ୍ତର୍ଗତ ନିମାପଡାର କରୁଣ ଦୃଶ୍ୟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ବଢିଚାଲିଛି ଦୁଃଖ । ସମସ୍ୟାର ଲମ୍ବା ଲିଷ୍ଟ ଧରି କଟୁଛି ଜୀବନ । ଆଖିରେ ଆଖିଏ ଲୁହ ଧରି ଉଜୁଡା ଘରକୁ ସଜାଡିବାରେ ଲାଗିପଡିଛନ୍ତି ବାସହରା ହୋଇପଡିଥିବା ଏହି ନୀରିହ ଗରିବ ଲୋକେ। ସହାୟତା ପଛରେ ଥାଉ ବାତ୍ୟାର 3 ଦିନ ପରେ ବି ଏଯାଏଁ ଦେଖିବାକୁ ଆସିନି ପ୍ରଶାସନ । ତେବେ ଧୌର୍ଯ୍ୟ ଧରି ପ୍ରକୃତିର ତାଣ୍ଡବକୁ ପ୍ରାକୃତିକ ଭାବି ପୁଣି ଥରେ ଅଣ୍ଟା ସଳଖିବାକୁ କରୁଛନ୍ତି ପ୍ରୟାସ ।

କେବେ ପ୍ରଶାସନ ପହଞ୍ଚିବେ । ଆଉ ସହାୟତାର ହାତ ବଢାଇବେ । ସେହି ଅପେକ୍ଷାରେ ଏବେ ଏଠାକାର ଜନଜୀବନ ।

ନିମାପଡାରୁ ତାପସ ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details