ପୁରୀ: ଶେଷ ହୋଇଛି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଦୁଇ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ସିଂହଦ୍ବାରକୁ ଫେରି ଯାଇଛନ୍ତି ଶ୍ରୀଜୀଉ । ମହାପ୍ରଭୁ ଫେରିଗଲେ କିନ୍ତୁ ବଡଦାଣ୍ଡରେ ଗଦା ହୋଇଛି କୁଢକୁଢ ଆବର୍ଜନା । କେଉଁଠି ପ୍ଲାଷ୍ଟିକ ଥାଳି ତ ପୁଣି କେଉଁଠି ପ୍ଲାଷ୍ଟିକ ବୋତଲ ଓ ଅନ୍ୟାନ୍ୟ ଆବର୍ଜନାରେ ବଡଦାଣ୍ଡ ଏକ ପ୍ରକାର ଅଳିଆଗଦା ପାଲଟି ଯାଇଛି । ଏନେଇ ପୁରୀ ମ୍ୟୁନିସିପାଲଟି ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ କରାଯାଉଛି ।
ଫେରିଲେ ମହାବାହୁ, ଆରମ୍ଭ ହେଲା ବଡଦାଣ୍ଡ ସଫେଇ ଅଭିଯାନ - ମ୍ୟୁନିସିପାଲଟି
ବଡଦାଣ୍ଡକୁ ଆବର୍ଜନାମୁକ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସଫେଇ । କିଭଳି କାର୍ଯ୍ୟକୁ ଜୋରଦାର କରାଯାଉଛି ଏନେଇ ସଫେଇ କର୍ମଚାରୀ ବିସ୍ତୁତ ଆଲୋଚନା କରିଥିଲେ ଆମ ସମ୍ବାଦଦାତାଙ୍କ ସହ ।
ଫଟୋ ସୌଜନ୍ୟ: ସମ୍ବାଦାତା, ପୁରୀ
ତେବେ ମ୍ୟୁନିସିପାଲଟି ତରଫରୁ ସଫେଇ ଦାୟିତ୍ବ ଜାଗୃତି ନାମକ ସଂସ୍ଥା ଉପରେ ନ୍ୟସ୍ଥ କରାଯାଇଛି । କିଭଳି ବଡଦାଣ୍ଡ ପୁର୍ନଃବାର ଚକାଚକ୍ ହେବ ସେଥିପାଇଁ ଲାଗି ପଡିଛନ୍ତି ଶହ ଶହ କର୍ମଚାରୀ ସଫେଇ କାର୍ଯ୍ୟରେ । ଏନେଇ କିଛି କର୍ମଚାରୀଙ୍କୁ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ
Last Updated : Jul 12, 2019, 9:49 PM IST