ଓଡିଶା

odisha

ଶ୍ରୀକ୍ଷେତ୍ରରେ 11 ହଜାର ଟପିଲା କୋଭିଡ ସଂକ୍ରମଣ

By

Published : Oct 8, 2020, 9:04 PM IST

ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ସଂଖା 11 ହଜାର ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 122 ଟି ନୂଆ କୋଭିଡ ପଜେଟିଭ କେସ ଚିହ୍ନଟ ହୋଇଛି।

puri
ପୁରୀରେ କୋରୋନା ଅପଡେଟ

ପୁରୀ: ରାଜ୍ୟରେ କୋରୋନା ସଂକ୍ରମଣ ବଢି ଚାଲିଥିବାବେଳେ ସବୁ ଜିଲ୍ଲାରେ ମଧ୍ୟ ଉପର ମୁହାଁ ହୋଇ ବଢିବାରେ ଲାଗିଛି କୋରୋନା ଗ୍ରାଫ ।ଏହାରି ମଧ୍ୟରେ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ସଂଖା 11 ହଜାର ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ 122 ଟି ନୂଆ କୋଭିଡ ପଜେଟିଭ କେସ ଚିହ୍ନଟ ହୋଇଛି ।

ପୁରୀରେ କୋରୋନା ଅପଡେଟ

ଏବେ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖା 11,063 ରହିଛି । ସେହିପରି କୋଭିଡରେ 65 ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୋଟ 1,357 ଟି ଆକ୍ଟିଭ କେସ ଥିବାବେଳେ 9,638 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 1ଲକ୍ଷ 1 ହଜାର 701ଟି ସାମ୍ପଲ ସଂଗ୍ରହ ହୋଇ କୋଭିଡ ଟେଷ୍ଟ କରାଯାଇଛି।

ଜିଲ୍ଲାରେ ସୁସ୍ଥ ହାର 87.11 ପ୍ରତିଶତ ରହିଛି। ତେବେ ଜିଲ୍ଲାରେ ପୁରୀ ପୌରାଞ୍ଚଳରେ ସର୍ବାଧିକ 3,551 ଜଣ କୋଭିଡ ସଂକ୍ରମିତ ହୋଇଛନ୍ତି। ସେପଟେ ପୁରୀ ସହର କୋଭିଡ ଯେଭଳି ବଢି ଚାଲିଛି ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ କୋଭିଡ଼କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details