ଓଡିଶା

odisha

By

Published : Oct 26, 2021, 9:00 PM IST

ETV Bharat / state

ସମ୍ପାଦକୀୟରେ ସରକାରଙ୍କୁ ଟାର୍ଗେଟ, ମୁହଁ ଖୋଲିଲେ ସୌମ୍ୟ ରଞ୍ଜନ

ସମ୍ପାଦୟକୀୟ ଲେଖା ଆଢୁଆଳରେ ବିଜେଡିକୁ କଠୋର ସମାଲୋଚନା କରି ଏବେ ଚର୍ଚ୍ଚାରେ ବିଜେଡି ବିଧାୟକ ତଥା ଦୈନିକ ଖବର କାଗଜ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

ସୌମ୍ୟ ରଞ୍ଜନ
ସୌମ୍ୟ ରଞ୍ଜନ

ପୁରୀ:ସମ୍ପାଦୟକୀୟ ଲେଖା ଆଢୁଆଳରେ ବିଜେଡିକୁ କଠୋର ସମାଲୋଚନା କରି ଏବେ ଚର୍ଚ୍ଚାରେ ବିଜେଡି ବିଧାୟକ ତଥା ଦୈନିକ ଖବର କାଗଜ ‘ସମ୍ବାଦ’ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ନିଜ ସମ୍ପାଦକୀୟ ଆଲେଖ୍ୟ ଜରିଆରେ ମମିତା ମେହେର ହତ୍ୟା ଘଟଣାକୁ ନେଇ ନାରୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ।

ସମ୍ପାଦକୀୟକୁ ନେଇ ମୁହଁ ଖୋଲିଲେ ସୌମ୍ୟ ରଞ୍ଜନ

ଯେତେବେଳେ ସରକାର ନାରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି, ବିଧାନସଭାରେ 50 ପ୍ରତିଶତ ଆସନ ରଖିବା କଥା କହୁଛନ୍ତି ଏବଂ ମହିଳା ସଶକ୍ତିକରଣ କଥା କହୁଛନ୍ତି, ସେତେବେଳେ ଜଣେ ନାରୀଙ୍କୁ ସାମାନ୍ୟ ସୁରକ୍ଷା ଦିଆଯାଇ ନ ପାରିବାକୁ ନେଇ ସୌମ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି। ଏହି ସଂପାଦକୀୟ ଲେଖା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ମୁହଁ ଖୋଲିଛନ୍ତି ।

ଆଜି (ମଙ୍ଗଳବାର) ପୁରୀକୁ ଏକ କାର୍ଯ୍ୟକ୍ରମରେ ଆସିଥିବା ସୌମ୍ୟ କହିଛନ୍ତି ଏଥିରେ ସେ ଦଳୀୟ କଥା ଉଠାଇ ନାହାନ୍ତି। ଏହି କାର୍ଯ୍ୟରେ ଯେ କେହି ବ୍ୟକ୍ତି ବିଶେଷ ଥାଆନ୍ତୁ ସେମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ । ନାରୀଙ୍କ ସୁରକ୍ଷା ପାଇଁ ସମସ୍ତ ସଚେତନ ହେବା ଉଚିତ । ତେବେ ମମିତାଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେଡି ସରକାରଙ୍କୁ ସଂପାଦକୀୟ ଲେଖା ଆଢୁଆଳରେ ତେରଚ୍ଛା ବାଣ ମାରିବା ପରେ ଏବେ ବିଜେଡିରେ ଭୂକମ୍ପ ସୃଷ୍ଟି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details