ଓଡିଶା

odisha

ETV Bharat / state

ଅଜଣା ପୋକ କାମୁଡ଼ାରେ ନାବାଳକ ଅସୁସ୍ଥ, ହସ୍ପିଟାଲରେ ଚାଲିଛି ଚିକିତ୍ସା

ଅଜଣା ପୋକ କାମୁଡ଼ିବା ପରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ନାବାଳକ । ଅଧିକ ପଢନ୍ତୁ

Minor sick after unknown insect bite in puri
Minor sick after unknown insect bite in puri

By ETV Bharat Odisha Team

Published : Sep 29, 2023, 9:59 AM IST

Minor sick after unknown insect bite in puri

ପୁରୀ: ପୁରୀ ବୁଲିବାକୁ ଆସିଥିବା ବେଳେ ଅଜଣା ପୋକ କାମୁଡ଼ାର ଶିକାର ହେଲେ ନାବାଳକ । ବୋତଲରେ ପୋକଟିକୁ ଧରି ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଲେ । ଅସୁସ୍ଥ ନାବାଳକ ଜଣଙ୍କ ହେଉଛନ୍ତି ସୁନ୍ଦରଗଡ଼ର ଅମନ ଦେହେରି । ଅଜଣା ପୋକ କାମୁଡ଼ିବା ପରେ ତାଙ୍କୁ ପ୍ରଥମେ ଜ୍ବର ଆସିଥିଲା ଓ ପରେ ସେ ବେହୋସ୍ ମଧ୍ୟ ହୋଇଯାଇଥିଲେ ।

ପୁରୀ ବୁଲିବାକୁ ଆସିଥିବା ବେଳେ ଦେହ ଖରାପ ହେବାରୁ ସାଙ୍ଗମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ଚିକିତ୍ସା ପରେ ଅମନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ତେବେ ଅମନଙ୍କ ରକ୍ତ ପରୀକ୍ଷା ପାଇଁ ନିଆଯାଇଛି । ଆଜି(ଶୁକ୍ରବାର) ଏହାର ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

ଅମନଙ୍କ ଭାଇଙ୍କ କହିବାନୁଯାୟୀ, ସେମାନେ ସାଙ୍ଗ ହୋଇ ବରଗଡ଼ରୁ ପୁରୀ ଆସିଥିଲେ। ଏକ ରୁମରେ ଥିବା ସମୟରେ ପୋକଟି ଅମନଙ୍କୁ କାମୁଡ଼ି ଦେଇଥିଲା। ସେହି ସମୟରେ ଏକ ବୋତଲ ଭିତରେ ପୋକଟିକୁ ରଖି ଦେଇଥିଲେ ଅମନ। ଏହାପରେ ତାଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ତାଙ୍କ ଭାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ପୋକ କାମୁଡିବା ପରେ ଅମନ ଅସୁସ୍ଥ ହୋଇ ପଡିଥିଲେ ନା ତାଙ୍କର ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ରହିଛି ତାହା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ।

ଏହା ମଧ୍ୟ ପଢନ୍ତୁ-ଭୟ ବଢାଉଛି ସ୍କ୍ରବ ଟାଇଫସ, ସୁନ୍ଦରଗଡରେ 230ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଏବେ ରାଜ୍ୟରେ ବଢୁଛି ସ୍କ୍ରବ ଟାଇଫସ ଆତଙ୍କ । ସୁନ୍ଦରଗଡ ଜିଲ୍ଲାରେ ବଢ଼ିବାରେ ଲାଗିଛି ସ୍କ୍ରବ୍‌ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ନେଇ ଭୟରେ ସୁନ୍ଦରଗଡ଼ବାସୀ । କେବଳ ସନ୍ଦରଗଡ଼ ନୁହେଁ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସ୍କ୍ରବ ଟାଇଫସ ଉଗ୍ର ରୂପ ନେଇଛି । ଗତ 14 ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ 30 ଜଣ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଥିଲେ । ଗତ ଜାନୁଆରୀ ମାସରେ ମାତ୍ର 4 ଜଣ ସ୍କ୍ରବ ଟାଇଫସ ଚିହ୍ନଟ ହୋଇଥିଲେ ।

ଜମିକୁ ବା ଜଙ୍ଗଲକୁ ଯାଉଥିବା ସମୟରେ ଫୁଲ ଶାର୍ଟ ଏବଂ ଫୁଲ ପ୍ୟାଣ୍ଟ୍‌ ପିନ୍ଧିବା ସହ ଫେରିବା ପରେ ଭଲଭାବେ ସଫା ସୁତୁରା ହେବା କିମ୍ୱା ସାନିଟାଇଜ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ବର୍ତ୍ତମାନ ବର୍ଷା ଋତୁ ଚାଲୁଥିବା ବେଳେ ଆକ୍ରାନ୍ତଙ୍କ ସମଖ୍ୟା ବ୍ୟାପକ ବୃଦ୍ଧି ପାଉଛି । ବର୍ଷା ଋତୁ ସରି ଆସିଲେ ଏହି ସ୍କ୍ରବ ଟାଇଫସ ପଜେଟିଭ ସଂଖ୍ୟା ହ୍ରାସ ପାଇବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details