ଓଡିଶା

odisha

ETV Bharat / state

ମଧ୍ୟପ୍ରଦେଶରୁ ଗିରଫ ହେଲା ନକଲି ପୋଲିସ ଲୁଟେରା ଗ୍ୟାଙ୍ଗର ମୁଖ୍ୟ

ନିଜକୁ ପୋଲିସ ପରିଚୟ ଦେଇ ସୁନା ଚେନ ଓ ମୁଦି ଲୁଟି ନେଉଥିବା ଏକ ଗ୍ୟାଙ୍ଗର ମୁଖ୍ୟକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ଅମଜଦ ଅଲ୍ଲିକୁ ମଧ୍ୟପ୍ରଦେଶର ନିସାଦପୁରା ଅଞ୍ଚଳରୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

By

Published : Jan 29, 2020, 8:34 PM IST

puri police
ଲୁଟେରା ଗ୍ୟାଙ୍ଗର ମୁଖ୍ୟକୁ ଗିରଫ

ପୁରୀ: ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । ନିଜକୁ ପୋଲିସ ପରିଚୟ ଦେଇ ସୁନା ଚେନ ଓ ମୁଦି ଲୁଟି ନେଉଥିବା ଏକ ଗ୍ୟାଙ୍ଗର ମୁଖ୍ୟକୁ ପୁରୀ ପୋଲିସ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ଅମଜଦ ଅଲ୍ଲିକୁ ମଧ୍ୟପ୍ରଦେଶର ନିସାଦପୁରା ଅଞ୍ଚଳରୁ ଗିରଫ କରାଯାଇଛି ।

ଲୁଟେରା ଗ୍ୟାଙ୍ଗର ମୁଖ୍ୟକୁ ଗିରଫ

ଅଭିଯୁକ୍ତ ନିକଟରୁ ସୁନା ଚେନ, ମୁଦି ସମେତ କିଛି ନକଲି ସୁନା ଚେନ ଓ ମୁଦି ମଧ୍ୟ ଜବତ କରାଯାଇଛି। ଏଥିସହିତ ଅନେକ ଜରୁରୀ କାଗଜପତ୍ର ମଧ୍ୟ ପୋଲିସ ଜବତ କରିଛି ।

ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ଗତ ଡିସେମ୍ବର 21 ରେ ଅମଜଦ ଓ ତାର ଜଣେ ସହଯୋଗୀ ପୁରୀ ଜିଲ୍ଲା କୋର୍ଟ ନିକଟରେ କୃଷ୍ଣ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଅଟକାଇ ଥିଲେ। ନିଜକୁ ପୋଲିସ ପରିଚୟ ଦେବା ସହ ଏହି ଅଞ୍ଚଳରେ ଅଧିକ ଚୋରି ହେଉଥିବାରୁ ସୁନା ଚେନ ମୁଦି ନପିନ୍ଧିବାକୁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ କହିଥିଲେ।

ଏହାକୁ ଖୋଲି ନିଜ ପାଖରେ ରଖିବାକୁ କହିଥିଲେ। ତେବେ ଏମିତିବେଳେ କୌଶଳ କରି ଅଭିଯୁକ୍ତମାନେ କୃଷ୍ଣଙ୍କ ଠାରୁ ଦୁଇଟି ସୁନା ଚେନ ଓ ମୁଦି ନେଇ ଫେରାର ହୋଇ ଯାଇଥିଲେ । ଏ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ମଧ୍ୟପ୍ରଦେଶରୁ ମୁଖ୍ୟ ଅଭିଯୁକ୍ତ ଅମଜଦ ଅଲ୍ଲିକୁ ଗିରଫ କରିଥିବା ପୁରୀ ଏସପି ଉମାସଙ୍କର ଦାସ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ଉଦ୍ୟମ କରୁଥିବା ଜଣାପଡିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details