ଓଡିଶା

odisha

ETV Bharat / state

ପୁଣି ପୁରୀରୁ ମହେଶ୍ବର

ପୁରୀ ଜିଲ୍ଲାର ସଦର ବିଧାନସଭା ଆସନ ପାଇଁ ଘୋଷଣା ହୋଇଛି ବିଜେଡିର ବହୁ ପ୍ରତିକ୍ଷିତ ପ୍ରାର୍ଥୀ । ସବୁ କଳ୍ପନା ଜାଳ୍ପନାର ଅବସାନ ଘଟାଇ ମହେଶ୍ବର ମହାନ୍ତିଙ୍କ ଉପରେ ପୁର୍ନବାର ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

By

Published : Mar 30, 2019, 3:22 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଜିଲ୍ଲାର ସଦର ବିଧାନସଭା ଆସନ ପାଇଁ ଘୋଷଣା ହୋଇଛି ବିଜେଡିର ବହୁ ପ୍ରତିକ୍ଷିତ ପ୍ରାର୍ଥୀ । ସବୁ କଳ୍ପନା ଜାଳ୍ପନାର ଅବସାନ ଘଟାଇ ମହେଶ୍ବର ମହାନ୍ତିଙ୍କ ଉପରେ ପୁର୍ନବାର ଆସ୍ଥା ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମୋନବୀନ ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ଚଳିତ ନିର୍ବାଚନରେ ପୁରୀ ବିଧାନସଭା ଆସନରୁ ନିର୍ବାଚନ ଲଢିବେମହେଶ୍ବର ମହାନ୍ତି ।ଘୋଷଣା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମହେଶ୍ବର । ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଛନ୍ତି କୃତଜ୍ଞତା।

ଏହାସହ ପୁରୀ ସହରବାସୀ ପୂର୍ବ ଭଳି ତାଙ୍କୁ ଭଲ ପାଇବା ଓ ଆଶୀର୍ବାଦ ପ୍ରଦାନ କରିବାବଜାୟ ରଖିବାକୁ ପୁରୀବାସୀଙ୍କୁ ନିବେଦନ କରିଛନ୍ତି ମହେଶ୍ବର ।

ତେବେ ଗତ କିଛି ଦିନ ହେବ ପୁରୀ ସଦର ବିଧାନସଭା ଆସନ ପାଇଁ ଛକାପଞ୍ଝା ଲାଗି ରହିଥିଲା । ଏକାଧିକ ଆଶାୟୀ ଲବୀ କରିଥିଲେ ଟିକେଟ ହାସଲ ପାଇଁ । ଏପରିକି ନାମାଙ୍କନ ପତ୍ର ଦାଖଲ ଦିବସ ଗୋଟିଏ ଦିନ ଅତିକ୍ରମ କରିଥିଲେ ମଧ୍ୟ ପୁରୀ ବିଧାନସଭା ଆସନ ଟିକଟକୁ ନେଇ ସସପେନ୍ସ ଲାଗି ରହିଥିଲା । ଯାହା ଉପରୁ ଏବେ ପରଦା ଉଠିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details