ପୁରୀ: ଜିଲ୍ଲାର କାକଟପୁର ସ୍ଥିତ ମା' ମଙ୍ଗଳା ମନ୍ଦିର ସେବକ ମାନେ ଭକ୍ତଙ୍କ ପାଉଣା ଉପରେ ନିର୍ଭର କରି ଜୀବନ ଯାପନ କରୁଥିବା ବେଳେ କୋରୋନା ପାଇଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ମାସ ମାସ ଧରି ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ନେଇ କଟକଣା ଲାଗି ରହିଥିବାରୁ ଭକ୍ତଙ୍କ ଅନୁପସ୍ଥିତ ସେବାୟତ ମାନଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଛି। ଏହି ସମସ୍ୟାର ସମାଧାନ ପାଇଁ ମନ୍ଦିର ଦାୟିତ୍ଵରେ ଥିବା ଦେବୋତ୍ତର କମିଶନ ସେବାୟତ ମାନଙ୍କ ଆର୍ଥିକ ସମସ୍ୟା ଉପରେ ଦୁଷ୍ଟି ଦେଇ ସହଯୋଗ କରିବାକୁ ସେବାୟତ ମାନେ ଦାବି କରିବା ପରେ ଦେବୋତ୍ତର ବିଭାଗ ଏହା ଉପରେ ଦୁଷ୍ଟି ଦେଇନାହିଁ । ଯାହାକୁ ନେଇ ସେବାୟତ ମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବା ପରେ ସେବାୟତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ମା' ମଙ୍ଗଳା ମନ୍ଦିରରେ 200ରୁ ଅଧିକ ସେବାୟତ ନିର୍ଭର କରି ପରିବାର ଭରଣପୋଷଣ କରୁଥିବା ବେଳେ 153 ସେବାୟତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଦେବୋତ୍ତର ବିଭାଗ ପକ୍ଷରୁ ଲିଷ୍ଟ ଜାରି କରାଯାଇଛି।