ଓଡିଶା

odisha

ETV Bharat / state

ବାଲୁକାକଳାରେ ମା’ଙ୍କ ରୂପ, ଦେଶବାସୀଙ୍କୁ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା

ବାଲୁକା କଳା ଜରିଆରେ ମା’ଙ୍କ ପ୍ରତିମୃର୍ତ୍ତି କରି ବିଶ୍ବବାସୀଙ୍କୁ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ପହଞ୍ଚାଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Oct 6, 2019, 9:31 AM IST

ପୁରୀ: ଆଜି ମହାଷ୍ଟମୀ ପୂଜା ପାଇବେ ଜଗତ ଜନନୀ ମା’ ଦୁର୍ଗେ । ଏଥିଲାଗି ଚଳଚଞ୍ଚଳ ଭକ୍ତଗଣ । ଆଉ ସେପଟେ ମା’ଙ୍କ ରୂପକୁ ବାଲୁକା କଳାରେ ପ୍ରଦର୍ଶନୀ କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ । ବାଲୁକା କଳା ଜରିଆରେ ମା’ଙ୍କୁ ସ୍ଥାନ ଦେଇ ବିଶ୍ବବାସୀଙ୍କୁ ଶାନ୍ତି ଓ ସମୃଦ୍ଧିର ବାର୍ତ୍ତା ପହଞ୍ଚାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ଦୁର୍ଗା ପୂଜା ନେଇ ସାରା ଦେଶ ଉତ୍ସବ ମୁଖର। ଏହି ଅବସରରେ ପୁରୀ ଲାଇଟ ହାଉସ ବେଳାଭୂମିରେ ମାନସ ଏକ ସୁନ୍ଦର ବଲୁକା କଳା ତିଆରି କରିଛନ୍ତି। ମା’ ଦୁର୍ଗାଙ୍କୁ ବାକୁକାକଳାରେ ଅତି ନିଖୁଣ ଭାବେ ସ୍ଥାନ ଦେଇଛନ୍ତି । ମା’ ଦୁର୍ଗା ଯେଉଁଭଳି ଦୁଷ୍ଟମାନଙ୍କୁ ସଂହାର କରି ପୃଥିବୀରେ ଶାନ୍ତି ପ୍ରତିଷ୍ଠା କରିଥିଲେ ସେହିପରି ଆଜିର ଯୁଗରେ ଆତଙ୍କ ବାଦୀଙ୍କୁ ସଂହାର କରି ଦେଶରେ ଶାନ୍ତି ଓ ସମୃଦ୍ଧି ନେଇ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details