ବ୍ରହ୍ମଗିରି: ବ୍ରହ୍ମଗିରି ଥାନା ଅନ୍ତର୍ଗତ ବାଲୀ ହରଚଣ୍ଡୀ ମନ୍ଦିର ନିକଟରେ ଥିବା ଦୋକାନରେ ଲୁଟ୍ । ହରିହର ପୂଜାରୀ ଏବଂ ଦେବେନ୍ଦ୍ର ପ୍ରଧାନଙ୍କ ଦୋକାନ ଉପରେ ରବିବାର ରାତିରେ କେହି ଦୁର୍ବୃତ୍ତ ଲୁଟି ନେଇଛନ୍ତି । ଏହାସହ ଦୋକାନ ଆଗରେ ଥିବା ଦୁଇଟି ଦାମୀ ଫ୍ରିଜକୁ ଭାଙ୍ଗି ସେଥିରୁ ଥଣ୍ଡା ନେଇଯାଇଥିବା ବ୍ରହ୍ମଗିରି ଥାନାରେ ଅଭିଯୋଗ ହୋଇଛି ।
ଦୋକାନ ଭାଙ୍ଗିଲେ ଦୁର୍ବୃତ୍ତ, ଚୋରି କରିନେଲେ କୋଲଡ୍ରିଙ୍କ୍ସ
ବ୍ରହ୍ମଗିରି ଥାନା ଅନ୍ତର୍ଗତ ବାଲୀ ହରଚଣ୍ଡୀ ମନ୍ଦିର ନିକଟରେ ଥିବା ଦୋକାନରେ ଲୁଟ୍ । ହରିହର ପୂଜାରୀ ଏବଂ ଦେବେନ୍ଦ୍ର ପ୍ରଧାନଙ୍କ ଦୋକାନ ଉପରେ ରବିବାର ରାତିରେ କେହି ଦୁର୍ବୃତ୍ତ ଲୁଟି ନେଇଛନ୍ତି । ଅଧିକ ପଢନ୍ତୁ...
ମନ୍ଦିର ନିକଟ ଦୋକାନ ଭାଙ୍ଗିଲେ ଦୁର୍ବୃତ୍ତ, ଚୋରି କରି ନେଇଗଲେ ଥଣ୍ଡା ବୋତଲ
ଏକାଧିକ କାଚ ବୋତଲ ଭାଙ୍ଗି ମନ୍ଦିର ପରିସରରେ ପଡିଥିବା ଦେଖିବାକୁ ମିଳିଛି । ବାଲୀହରଚଣ୍ଡୀ ପର୍ଯ୍ୟଟନ ବିଭାଗ ଦ୍ଵାରା ଏକ ଦର୍ଶନୀୟ ସ୍ଥାନର ମାନ୍ୟତା ପାଇଛି ମାତ୍ର ବାରମ୍ବାର ଏଠି ଦୁର୍ବୃତ୍ତ ମାନଙ୍କ ପାଦୁର୍ଭାବ ସବୁବେଳେ ଦେଖିବାକୁ ମିଳୁଛି । ଏଥିପ୍ରତି ସରକାର ଏବଂ ପୋଲିସ ପ୍ରଶାସନ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଜନସାଧାରଣ ଓ ପୂଜକମାନେ ଦାବି କରିଛନ୍ତି ।
ବ୍ରହ୍ମଗରିରିରୁ ଦେବାଶିଷ ଦାସ, ଇଟିଭି ଭାରତ