ଓଡିଶା

odisha

ETV Bharat / state

ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କ ଠୁ 20 ଲକ୍ଷ ଲୁଟ୍‌

ପୁରୀ ନିମାପଡା ଥାନା ଗୋପାଳପୁର ଗ୍ରାମ ନିକଟରେ ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କଠୁ 20 ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଟଙ୍କା ଜମା ପାଇଁ ଯାଇଥିବାବେଳେ ଏହି ଲୁଟ୍ ହୋଇଥିଲା ।

Loot in puri nimapada
ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Nov 29, 2019, 7:06 PM IST

ପୁରୀ: ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ 20 ଲକ୍ଷ ଟଙ୍କା ଲୁଟ ହୋଇଛି । ଘଟଣାଟି ଘଟିଛି ପୁରୀ ନିମାପଡା ଥାନା ଗୋପାଳପୁର ଗ୍ରାମ ନିକଟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନାନୁସାରେ, ସ୍ଥାନୀୟ ନୟାହାଟ ବନ୍ଧନ ବ୍ୟାଙ୍କର 2 ଜଣ କର୍ମଚାରୀ ଏକ କାରରେ 20 ଲକ୍ଷ ଟଙ୍କା ଧରି ସ୍ଥାନୀୟ ଏଚଡିଏଏଫସି ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ । ଚାରିଛକ ନିକଟ ଗୋପାଳପୁର ଗ୍ରାମ ନିକଟରେ କିଛି ଡକାୟତ ଗ୍ୟାଙ୍କ ତାଙ୍କ ଗାଡି ଅଟକାଇଥିଲେ । ଏହା ପରେ ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇବା ସହ ବ୍ୟାଙ୍କର ଅନ୍ୟ 2 କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ଫେରାର ହୋଇଯାଇଥିଲେ ।

ସେପଟେ ଘଟଣାର ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସନ୍ଦେହରେ ଉକ୍ତ କାର୍‌ର ଡ୍ରାଇଭର ଓ 2 ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଉକ୍ତ ଘଟଣାକୁ ନେଇ ନିମାପଡା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details