ଓଡିଶା

odisha

ETV Bharat / state

ପୁରୀ ପେଟ୍ରୋଲ ପମ୍ପ ଲୁଟ୍ ଘଟଣା: 3 ଗିରଫ

ଜିଲ୍ଲା ନିମାପଡ଼ା ବ୍ଲକର ବଳଙ୍ଗା ପେଟ୍ରୋଲ ପମ୍ପ ଲୁଟ୍ ଘଟଣାରେ ପୋଲିସ ହାତରେ ଧରା ପଡିଛନ୍ତି 3 ଅଭିଯୁକ୍ତ । ଗତ 26 ତାରିଖରେ ପେଟ୍ରୋଲ ପମ୍ପରେ ଘଟିଥିଲା ଏହି ଲୁଟ ।

By

Published : Apr 7, 2019, 6:25 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା ପୁରୀ

ପୁରୀ: ଜିଲ୍ଲା ନିମାପଡ଼ା ବ୍ଲକର ବଳଙ୍ଗା ପେଟ୍ରୋଲ ପମ୍ପ ଲୁଟ୍ ଘଟଣାରେ ପୋଲିସ ହାତରେ ଧରା ପଡିଛନ୍ତି 3 ଅଭିଯୁକ୍ତ । ଗତ 26 ତାରିଖରେ ବଳଙ୍ଗା ନିମାପଡା ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ଘଟିଥିଲା ଏହି ଲୁଟ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ପୁରୀ

ତେବେ ଉକ୍ତ 3 ଦୃବୁତ୍ତ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କ ସହ ଜଣେ କର୍ମଚାରୀଙ୍କୁ ଅ।କ୍ରମଣ କରି 72 ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ନେତୃତ୍ତ୍ବରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନ ଚଢାଉ କରାଯାଇଥିଲା । ବିଭିନ୍ନ ସ୍ଥାନରେ ଛାନଭିନ ପରେ ଉକ୍ତ 3 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ନିମାପଡା ପୋଲିସ ।

ଅନ୍ୟପଟେ ଗିରଫ ଅଭିଯୁକ୍ତଙ୍କଠାରୁ ଗୋଟିଏ ଖଣ୍ଡା, ଗୋଟିଏ ଏୟାରଗନ, ଗୋଟିଏ ଖେଳନା ବନ୍ଧୁକ, 8ହଜାର 150 ଟଙ୍କା, କଳା ପଲସର ଓ ଲୁଟ ହୋଇଥିବା ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତ 2 ଜଣ ସାକ୍ଷୀଗୋପାଳ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଭୂବନେଶ୍ଵର ଲିଙ୍ଗରାଜ ଥାନାର ବୋଲି ଜଣାପଡିଛି । ତେବେ ଅଭିଯୁକ୍ତଙ୍କୁ ଶନିବାର ନିମାପଡା ପୋଲିସ କୋର୍ଟ ସ୍ଥାନାନ୍ତର କରିଥିବା ସୂଚନା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details