ଓଡିଶା

odisha

By

Published : May 10, 2020, 12:10 AM IST

ETV Bharat / state

ଲକଡାଉନରେ ବନ୍ଦ ମନ୍ଦିର ଦୂଆର, ପେଟ ପାଟଣା ପାଇଁ ଚିନ୍ତାରେ ସେବାୟତ

କୋରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଚାଲିଛି ତୃତୀୟ ପର୍ଯ୍ୟାୟ ଲକଡାଉନ । ଏଥିରେ ବିଭିନ୍ନ ବ୍ୟବସାୟ ଓ ବ୍ୟକ୍ତି ବିଶେଷ ପ୍ରଭାବିତ ହୋଇ ଥିବା ବେଳେ କୋଟି କୋଟି ଲୋକ ରୋଜଗାର ହରାଇ ଚିନ୍ତାରେ । ଆଉ ଏହି ଲକ ଡାଉନ ବାଦ ପଡିନାହାନ୍ତି ସ୍ବୟଂ ଠାକୁର । ଅଧିକ ପଢ଼ନ୍ତୁ...

puri latest news, shreemandir income in lockdown, lockdown in puri, sevoits under problem in puri, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ଲକଡାଉନରେ ଶୂନ ଶ୍ରୀମନ୍ଦିର ଆୟ, ପୁରୀରେ ଲକଡାଉନ, ପୁରୀରେ ଅସୁବିଧାରେ ସେବାୟତ, ଲକଡାଉନରେ ସେବାୟତଙ୍କ ଅସୁବିଧା
ଲକଡାଉନରେ ବନ୍ଦ ମନ୍ଦିର ଦୂଆର, ପେଟ ପାଟଣା ପାଇଁ ଚିନ୍ତାରେ ସେବାୟତ

ପୁରୀ: କୋରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଚାଲିଛି ତୃତୀୟ ପର୍ଯ୍ୟାୟ ଲକଡାଉନ । ଏଥିରେ ବିଭିନ୍ନ ବ୍ୟବସାୟ ଓ ବ୍ୟକ୍ତି ବିଶେଷ ପ୍ରଭାବିତ ହୋଇଥିବା ବେଳେ କୋଟି କୋଟି ଲୋକ ରୋଜଗାର ହରାଇ ଚିନ୍ତରେ । ଆଉ ଏହି ଲକ ଡାଉନ ବାଦ ପଡିନାହାନ୍ତି ସ୍ବୟଂ ଠାକୁର । ଲକଡାଉନ କଟକଣା ପରେ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କଟକଣା ରହିଛି । ଆଉ ଏହି କଟକଣା ଏବେ ଶ୍ରୀମନ୍ଦିର ଆୟ ଉପରେ ଗଭୀର ପ୍ରଭାବ ପକାଇଛି ।

ଲକଡାଉନରେ ବନ୍ଦ ମନ୍ଦିର ଦୂଆର, ପେଟ ପାଟଣା ପାଇଁ ଚିନ୍ତାରେ ସେବାୟତ

ଶ୍ରୀମନ୍ଦିର ହୁଣ୍ଡିରୁ ଲକଡାଉନ ପୂର୍ବରୁ ସାଧାରଣ ଦିନରେ ଦିନକୁ ସାଢ଼େ ତିନି ଲକ୍ଷ ଟଙ୍କା ଆୟ ହୁଏ । କିନ୍ତୁ ଲକଡାଉନ ପରଠାରୁ ଶ୍ରୀମନ୍ଦିରର ଆୟ ବିଗିଡି ଯାଇଛି । ଦିନକୁ ଆୟ ହେଉଛି ମାତ୍ର 500 ଟଙ୍କାରୁ 1500 ଟଙ୍କା । କେବଳ ଯେ ଶ୍ରୀମନ୍ଦିର ଆୟ ଉପରେ ଗଭୀର ପ୍ରଭାବ ପଡିଛି ତାହା ନୁହେଁ, ଶ୍ରୀମନ୍ଦିର ସେବାୟତମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିକଟରୁ ଦାନ ସଂଗ୍ରହ କରି ଏହି ସେବାୟତମାନେ ପରିବାର ପ୍ରତିପୋଷଣ କରନ୍ତି । କାହିଁକି ନା ମହାପ୍ରଭୁଙ୍କ ସେବା ପୂଜା ବିନା ଏହି ସେବାୟତଙ୍କ ଅନ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ ।

ସେବାୟତ ପରିବାର ମହାପ୍ରଭୁଙ୍କ ସେବା ପୂଜା କରି ଯାହା ଦାନ ଦକ୍ଷିଣା ପାଆନ୍ତି ସେଥିରେ ଘର ଚଳେ । କିନ୍ତୁ ଏହି ଲକଡାଉନ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିଛି ସେବାୟତଙ୍କ ପାଇଁ । କେବେ ଲକଡାଉନ ହଟିବ ଆଉ ଭକ୍ତ ପୂର୍ବ ଭଳି ଶ୍ରୀମନ୍ଦିର ଆସିବେ ସେନେଇ ଅପେକ୍ଷାରେ ସେବାୟତ । କୋରୋନା ସଂକ୍ରମଣ ଭୟକୁ ଦେଖି ମାର୍ଚ୍ଚ 18 ତାରିଖରୁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ କଟକଣା କରାଗଲା । ଫଳରେ ଦେଢ଼ ମାସ ହେବ ସେବାୟତମାନେ ଏବେ ବେରୋଜଗାର ହୋଇ ପଡିଛନ୍ତି । ଅନ୍ୟପଟେ ଦେଶର ପ୍ରମୂଖ ଆଧ୍ୟାତ୍ମିକ ପୀଠ ଭିତରେ ପୁରୀ ଅନ୍ୟତମ । ପୁରୀ ସହରର ପ୍ରତି ଗଳି କନ୍ଦିକୁ ମିଶାଇଲେ ଶହ ଶହ ବିଭିନ୍ନ ଦେବା ଦେବୀ ମନ୍ଦିର ରହିଥିବା ବେଳେ ସେଠି ମଧ୍ୟ ଲକଡାଉନ କଟକଣା ।

ଫଳରେ ଭକ୍ତଙ୍କ ବିନା ମନ୍ଦିରର ଆୟ ଶୂନ । ତେଣେ ମନ୍ଦିରରେ କାର୍ଯ୍ୟ କରୁଥିବା ପୂଜକମାନେ ଏବେ ଆର୍ଥିକ ସଙ୍କଟରେ । ରୋଜଗାର ନଥିବା ହେତୁ ମନ୍ଦିର କର୍ତ୍ତୃପକ୍ଷ ପୂଜକମାନଙ୍କୁ ଦରମା ପ୍ରଦାନ ମଧ୍ୟ କରି ପାରୁ ନାହାନ୍ତି । ଫଳରେ ହଜାର ହଜାର ବ୍ରାହ୍ମଣ ପୂଜକମାନେ ଚିନ୍ତାରେ । କେବଳ ସେତିକି ନୁହେଁ ବାହାଘର, ବ୍ରତଘର ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ଯୋଗୁଁ ଆୟ ଏବେ ଶୂନ ହୋଇପଡିଛି ଏହି ପୂଜକମାନଙ୍କର । ସରକାର ବିଭିନ୍ନ ବର୍ଗର ଲୋକଙ୍କୁ ଆର୍ଥିକ ସାହାଯ୍ୟ ଦେଉଥିବା ମାନବିକତା ଦୃଷ୍ଟି କୋଣରୁ ସରକାର ଏହି ପୂଜକମାନଙ୍କୁ ଅଳ୍ପ ଆର୍ଥିକ ସାହାଯ୍ୟର ଆବଶ୍ୟକତା ଥିବା କହିଛନ୍ତି ମନ୍ଦିର ପୂଜକମାନେ।

କୋରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକଡାଉନ କେତେ ସଫଳ ହୋଉଛି ତାହା ତ ଆଗାମୀ ଦିନରେ ଆଲୋଚନା ପର୍ଯ୍ୟାଲୋଚନା ପରେ ସ୍ପଷ୍ଟ ହେବ । କିନ୍ତୁ ଏ କଥା ସ୍ପଷ୍ଟ କି ଏହି ଲକଡାଉନ ଯୋଗୁଁ ଅନେକ ଲୋକ ବେରୋଜଗାର ହୋଇଥିବା ବେଳେ ଏହି ସମସ୍ୟା ସମାଧାନ କେବେ ହେଉଛି ତାହା ଏବେ ବଡ଼ ପ୍ରଶ୍ନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details