ଓଡିଶା

odisha

ETV Bharat / state

ଲକଡାଉନରେ ଠପ୍‌ ଗାଡି ଚଳାଚଳ, କ୍ଷତିରେ ପେଟ୍ରୋଲ ପମ୍ପ ମାଲିକ - lockdown effect on petrol pump

ଲକଡାଉନ ଅବଧିରେ ପେଟ୍ରୋଲିୟମ ବ୍ୟବସାୟ ଉପରେ ପଡିଛି ଗଭୀର ପ୍ରଭାବ । ଦୀର୍ଘ ଦୁଇ ମାସ ହେବ ଗାଡି ଚଳାଚଳ ଠପ ହୋଇଯାଇଥିବାରୁ ବିପୁଳ କ୍ଷତି ସହୁଛନ୍ତି ପେଟ୍ରେଲ ପମ୍ପ ମାଲିକମାନେ ।

lockdown-effect-on-petrol-pump
ଲକଡାଉନରେ ଠପ୍‌ ଗାଡି ଚଳାଚଳ, କ୍ଷତିରେ ପେଟ୍ରେଲିୟମ ବ୍ୟବସାୟୀ

By

Published : May 19, 2020, 8:06 PM IST

ପୁରୀ: କୋରୋନା ମହାମାରୀକୁ ରୋକିବା ପାଇଁ ଦେଶରେ ଜାରି ରହିଛି ଲକଡାଉନ । 3ଟି ପର୍ଯ୍ୟାୟ ଲକଡାଉନ ଶେଷ ହେବା ପରେ ଆରମ୍ଭ ହୋଇଛି 4ର୍ଥ ପର୍ଯ୍ୟାୟ ଲକଡାଉନ । ତେବେ ଏହି ଲକଡାଉନ ଅବଧିରେ ପେଟ୍ରୋଲିୟମ ବ୍ୟବସାୟ ଉପରେ ପଡିଛି ଗଭୀର ପ୍ରଭାବ । ଦୀର୍ଘ ଦୁଇ ମାସ ହେବ ଗାଡି ଚଳାଚଳ ଠପ ହୋଇଯାଇଥିବାରୁ ବିପୁଳ କ୍ଷତି ସହୁଛନ୍ତି ପେଟ୍ରୋଲ ପମ୍ପ ମାଲିକମାନେ ।

ଲକଡାଉନରେ ଠପ୍‌ ଗାଡି ଚଳାଚଳ, କ୍ଷତିରେ ପେଟ୍ରେଲିୟମ ବ୍ୟବସାୟୀ

ଏ ହେଉଛି ପୁରୀ ଗ୍ରାଣ୍ଡ ମୋଟର ସର୍ଭିସ ଷ୍ଟେସନ ପେଟ୍ରୋଲ ପମ୍ପ । ଲକଡାଉନ ପୂର୍ବରୁ ମାସକୁ 4 ହଜାର ଲିଟର ଡିଜେଲ ଓ 10 ହଜାର ଲିଟର ପେଟ୍ରୋଲ ବିକ୍ରି ହେଉଥିଲା । ମାତ୍ର ମାର୍ଚ୍ଚ 25 ପରେ ଆଜି ପର୍ଯ୍ୟନ୍ତ ମାତ୍ର 5 ଶହ ଲିଟର ଡିଜେଲ ଓ 4 ହଜାର ଲିଟର ପେଟ୍ରୋଲ ବିକ୍ରି ହୋଇଛି । ତେବେ ଏମିତି ହେଲେ ଆଗାମୀ ଦିନରେ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ପଡିବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ବ୍ୟବସାୟୀ କହିଛନ୍ତି ।

ପେଟ୍ରୋଲ ଓ ଡିଜେଲ ଅତ୍ୟାବଶ୍ୟକ ସାମଗ୍ରୀ ହୋଇ ଥିବା ବେଳେ କିନ୍ତୁ ବହୁ କ୍ଷତି ସହୁଛି ପେଟ୍ରୋଲ ପମ୍ପ । ମାସିକ ଖର୍ଚ୍ଚ, କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବା ଅସମର୍ଥ ହୋଇପଡୁଛି । ଅନ୍ୟପଟେ କୋରୋନା ଭୟାବହତା ମଧ୍ୟରେ ଲୋକେ ନିଜ ଘରେ ରହୁଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀମାନେ କିନ୍ତୁ ଦିନ ରାତି ଏକ କରି କାର୍ଯ୍ୟ କରିବାରେ ଲାଗିଛନ୍ତି । ତେଣୁ କୋରୋନା ଯୋଦ୍ଧା ଭଳି ଏମାନଙ୍କ ପାଇଁ ମଧ୍ୟ କିଛି ସରକରୀ ସହାୟତା ଆବଶ୍ୟକ ବୋଲି କହିଛନ୍ତି ପୁରୀ ପେଟ୍ରୋଲ ପମ୍ପ ଡିଲର ଆସୋସିଏସନର ସମ୍ପାଦକ । ତେବେ 4ର୍ଥ ପର୍ଯ୍ୟୟ ଲକଡାଉନରେ ସ୍ବଭାବିକ ହୋଇ ପାରେ ଗାଡି ଚଳାଚଳ । ଫଳରେ ପେଟ୍ରେଲ ବ୍ୟବସାୟଙ୍କ ସ୍ଥିତି ସୁଧୁରିବା ନେଇ ଆଶା ପ୍ରକଟ କରାଯାଉଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details