ପୁରୀ: କୋରୋନା ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିବା ବେଳେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ବ୍ୟବସାୟୀ, ଦିନମଜୁରିଆଙ୍କ ଉପରେ । ଏପରିକି ଏହାର ପ୍ରଭାବ ପୁରୀ ସ୍ବର୍ଗଦ୍ବାରରେ ମଧ୍ୟ ଦେଖିବାକୁ ମିଳିଛି । ଲକ ଡାଉନ ପୂର୍ବରୁ ପ୍ରତିଦିନ 90 ରୁ ଅଧିକ ଶବ ସତ୍କାର ପାଇଁ ଆସୁଥିବା ବେଳେ ଏବେ ମାତ୍ର ହାତ ଗଣତି 10 ଭିତରେ ରହିଛି, ତାହା ପୁଣି କେଵଳ ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳରୁ ହିଁ ଆସୁଛନ୍ତି ।
ଲକଡାଉନ କାରଣରୁ ଗାଡି ମଟର, ଦୋକାନ ବଜ଼ାର ବନ୍ଦ ସମେତ ବିଭିନ୍ନ ଜିଲ୍ଲାର ସୀମା ମଧ୍ୟ ସିଲ ହୋଇଯାଇଥିବାରୁ ପୁରୀ ସ୍ୱର୍ଗ ଦ୍ୱାରକୁ ଆସି ପାରୁନାହାଁନ୍ତି ଲୋକେ । ଅନ୍ୟପଟେ ଶବ ସତ୍କାର କାର୍ଯ୍ୟ କମି ଥିବାରୁ ଏଠରେ ଶବ ସତ୍କାର କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।