ବ୍ରହ୍ମଗିରି: ଶ୍ରାବଣ ଅମାବାସ୍ୟାରେ ଶ୍ରୀ ଅଲାରନାଥଙ୍କ ସ୍ବତନ୍ତ୍ର ନୀତି । ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ଅଲାରନାଥଙ୍କୁ ଶ୍ରାବଣ ମାସର ଅମାବାସ୍ୟା ଦିନ ସୁବର୍ଣ୍ଣ ଚିତା ଲାଗି ହେବା ସହ ଚିତଉ ପିଠା ଓ କ୍ଷୀର ଭୋଗ ଲାଗି କରାଯାଇଛି।
ଵ୍ରହ୍ମଗିରିର ପ୍ରସିଦ୍ଧ ପ୍ରଭୁ ଅଲାରନାଥଙ୍କ ଗୁରୁବାର ଦିନ ଭୋର 5 ଟାରୁ ଦୁଆର ଫିଟାଯାଇ ଥିଲା। ଠାକୁରଙ୍କ ଅବକାଶ, ବେଶ, ଚନ୍ଦନ ଲାଗି ଓ ତୁଳସୀ ଲାଗି ଆଦି ନୀତିକାନ୍ତି ପରେ ଦର୍ଶନ ଦିଆଯାଇଥିଲା। ଗୁରୁବାର ଦିନ ଶ୍ରାବଣ ମାସର ଅମାବାସ୍ୟା ତିଥି ଅନୁଯାୟୀ ମଧ୍ୟାନ ଧୂପ ପରେ ଏକ ସ୍ଵତନ୍ତ୍ର ଧୂପରେ ଠାକୁରଙ୍କ ମସ୍ତକରେ ଚିତା ଲାଗି ହେବା ସହ କ୍ଷୀର ଓ ଚିତଉ ପିଠା ଅର୍ପଣ କରଯାଇଥିଲା। ଠାକୁରଙ୍କ ଉକ୍ତ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।