ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିର ଆଲୋକୀକରଣ କାର୍ଯ୍ୟ ଶୈଳୀକୁ ନେଇ ଆପତ୍ତି । ସୂର୍ଯ୍ୟମନ୍ଦିରରେ ବିକୃତ ଆଲୋକୀକରଣ ଅଭିଯୋଗ ଆଣିଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଏସଆଇ(ASI) ପକ୍ଷରୁ କୋଣାର୍କ ମନ୍ଦିରକୁ ଆଲୋକୀକରଣ କରାଯାଇଥିବା ବେଳେ କାର୍ଯ୍ୟ ଶୈଳୀକୁ ନେଇ ଆପତ୍ତି କରିଛନ୍ତି ବାଲୁକା ଶିଳ୍ପୀ । ଆଲୋକୀକରଣକୁ ଖୁବଶୀଘ୍ର ବନ୍ଦ କରିବାକୁ ସେ ଦାବି କରିଛନ୍ତି । ଏନେଇ ଟ୍ବିଟ କରି କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।
ତେବେ କୋଣାର୍କ ଐତିହ୍ୟ,କଳା, ଭାସ୍କର୍ଯ୍ୟକୁ ଯେଭଳି ଆଲୋକୀ କରଣରେ ବିକୃତ କରାଯାଇଛି ସେ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ରାତିରେ ଦୂରରୁ କୋଣାର୍କ ମନ୍ଦୀରକୁ ଦେଖିଲେ ମନ୍ଦିର ଉପରେ ଏକ ଗାର ଦୃଶ୍ୟମାନ ହେଉଛି । କୋଣାର୍କ କଳା, ଭାସ୍କର୍ଯ୍ୟ ଓ ନିର୍ମାଣ ଶୈଳୀ ସାରା ବିଶ୍ୱରେ ସ୍ଵତନ୍ତ୍ର। ଓଡ଼ିଶା ମାଟିର ଭାସ୍କର୍ଯ୍ୟ ଶିଳ୍ପର ଗରିମାକୁ ଏହା ପ୍ରତିପାଦିତ କରୁଛି । ଏଣୁ ଏହାର କଳାକୁ ଆଲୋକୀକରଣ ଆଳରେ ଏଏସଆଇ ବିକୃତ ନ କରିବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି ।