ପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ । ହଠାତ୍ ବଡ଼ ଲହଡି ମାଡ଼ି ଆସିବାରୁ ଭାସିଗଲେ ଦୁଇ ଦମ୍ପତି । ହେଲେ ହଠାତ ନିଜ ଜୀବନକୁ ବାଜି ଲଗାଇ ଦୁଇ ଦମ୍ପତିଙ୍କୁ ରକ୍ଷା କଲେ ଲାଇଫ ଗାର୍ଡ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ ।
ବୁଡି ଯାଇଥିବା ଦମ୍ପତି ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ପୁରୀ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିଲେ । ସେହି ସମୟରେ ହଠାତ ବଡ ଢେଉ ପଛରେ ଲୁଚିଗଲେ 4 ଜଣ । କିନ୍ତୁ ସମୁଦ୍ରକୁଳରେ କାର୍ଯ୍ୟରତ ଲାଇଫ ଗାର୍ଡ ଟ୍ୟୁବ୍ ସାହାଯ୍ୟରେ ୪ ଜଣଙ୍କୁ ଉଦ୍ଧାର କରିଥିଲେ ।