ଓଡିଶା

odisha

ETV Bharat / state

ମନ୍ତବ୍ୟକୁ ନେଇ ଅଡୁଆରେ ଲେଖାଶ୍ରୀ, ପିପିଲିରେ କୁଶ ପୁତ୍ତଳିକା ଦାହ

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ତେଜୁଛି ବିକ୍ଷୋଭ । ମହିଳା କଂଗ୍ରେସ ପକ୍ଷରୁ ପିପିଲିରେ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ । ଅଧିକ ପଢନ୍ତୁ...

ମନ୍ତବ୍ୟକୁ ନେଇ ଅଡୁଆରେ ଲେଖାଶ୍ରୀ, ପିପିଲିରେ ନେତ୍ରୀଙ୍କ କୁଶ ପୁତ୍ତଳିକା ଦାହ
ମନ୍ତବ୍ୟକୁ ନେଇ ଅଡୁଆରେ ଲେଖାଶ୍ରୀ, ପିପିଲିରେ ନେତ୍ରୀଙ୍କ କୁଶ ପୁତ୍ତଳିକା ଦାହ

By

Published : Nov 19, 2020, 1:00 PM IST

ପୁରୀ: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟ ନେଇ ତେଜୁଛି ବିକ୍ଷୋଭ । ପୁରୀ ଜିଲ୍ଲା ପିପିଲି ହାଟଛକ ଠାରେ ମହିଳା କଂଗ୍ରେସ ପକ୍ଷରୁ ଲେଖାଶ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ବିଜେପି ନେତ୍ରୀଙ୍କ ବୟାନ ଆଦୌ ଗ୍ରହଣୀୟ ନୁହେଁ ଏବଂ ଏଥିଲାଗି ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରାଯିବା ସହ ତାଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରାଯାଇଛି । ଯଦି ଲେଖାଶ୍ରୀ କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ତାଙ୍କୁ ପୁରୀକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ ନିରୁପମା ପାତ୍ର ।

ମନ୍ତବ୍ୟକୁ ନେଇ ଅଡୁଆରେ ଲେଖାଶ୍ରୀ, ପିପିଲିରେ ନେତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୁରୀକୁ ନେଇ ଦେଇଥିବା ମନ୍ତବ୍ୟ ପରେ ଖୁବ୍ ପ୍ରତିକ୍ରିୟାଶୀଳ ହୋଇଛି ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ମହିଳା କଂଗ୍ରେସ । ତେବେ କେବଳ ମହିଳା କଂଗ୍ରେସ ନୁହଁନ୍ତି, ବିଭିନ୍ନ ମହଲରୁ ତାଙ୍କୁ ତୀବ୍ର ବିରୋଧ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମଧ୍ୟ ଦାବି କରାଯାଉଛି ।

2019 ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀରୁ ନିର୍ବାଚନ ଲଢିବା ପରେ ଲୋକେ ପୁରୀ ଓଡିଶାରେ ଥିବା ଜାଣିବାକୁ ପାଇଲେ ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଲେଖାଶ୍ରୀ । ଯାହାକୁ ନେଇ ଦିନକୁ ଦିନ ବିକ୍ଷୋଭ ତେଜୁବାରେ ଲାଗିଛି ।

ପୁରୀରୁ ଶକ୍ତି ପ୍ରାସଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details