ଓଡିଶା

odisha

ETV Bharat / state

ଆଜି ପବିତ୍ର ମାଘ ସପ୍ତମୀ, ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଆଜି ହେଉଛି ମାଘ ସପ୍ତମୀ। ଏହି ଅବସରରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଚନ୍ଦ୍ରଭାଗାରେ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Feb 12, 2019, 12:20 PM IST

ପୁରୀ: ଆଜି ହେଉଛି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ବିଶ୍ବାସ ରହିଛି ଯେ ଆଜିର ଦିନରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ସମସ୍ତ ରୋଗବ୍ୟାଧି ଦୂର ହେବା ସହ ଅଶେଷ ପୁଣ୍ୟ ମିଳିଥାଏ। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ।

ସୋମବାର ସନ୍ଧ୍ୟାରୁ ହିଁ ଶ୍ରଦ୍ଧାଳୁ ଆସି ଭିଡ଼ ଜମାଇ ଥିଲେ ଚନ୍ଦ୍ରଭାଗାରେ। ଶୀତ କାକରକୁ ଖାତିର ନ କରି ବୁଡ଼ ପକାଇବାର ଶୁଭ ମୂହୁର୍ତ୍ତର ଅପେକ୍ଷାରେ ଥିଲେ। ସୋମବାର ଭୋର 4ଟାରେ ଶୁଭ ମୂହୁର୍ତ୍ତ ଆସିବା ପରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପରମ୍ପରା ଅନୁଯାୟୀ ମାଧିପୁରର ଶ୍ରୀ ଶ୍ରୀ ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଶ୍ରୀ ଶ୍ରୀ ଐଶାଣେଶ୍ଵର ମହାଦେବ, କୁରୁଜଙ୍ଗର ଶ୍ରୀ ଶ୍ରୀ ଦକ୍ଷିଣେଶ୍ବର ମହାଦେବ ମାଘ ଷଷ୍ଠୀ ତିଥିରେ ଶୋଭାଯାତ୍ରାରେ ବାହାରିଥିଲେ। ଆଉ ଏହା ପରେ ପୂର୍ବ ନିର୍ଦ୍ଧାରିତ ଅମୃତ ବେଳା ଅନୁଯାୟୀ ପୂଜା ମଣ୍ଡପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ବୁଡ଼ ପକାଇ ଥିଲେ।

ଏଠାରେ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦେଖି ଶାନ୍ତି ଶୃଙ୍ଖଳା ପାଇଁ 30 ପ୍ଲାଟୁନ ପୋଲିସ ଫୋର୍ସ ମୃତୟ କରାଯିବା ସହ ପ୍ରଶାସନ ପକ୍ଷରୁ ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ଅସ୍ଥାୟୀ ଗୃହ ଆଦିର ବ୍ୟବସ୍ଥା କରାଯାଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details