ଓଡିଶା

odisha

By

Published : Nov 17, 2021, 1:18 PM IST

ETV Bharat / state

କଟକଣାରେ ହେବ ରାମଚଣ୍ଡୀ ଇକୋ ରିଟ୍ରିଟ, ଜମିବ କୋଣାର୍କ ଉତ୍ସବ

ଏବର୍ଷ ମଧ୍ୟ କୋଭିଡ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ହେବାକୁ ଯାଉଛି କୋଣାର୍କ ଉତ୍ସବ ଏବଂ ଇକୋ ରିଟ୍ରିଟ । ରାମଚଣ୍ଡୀ ମୁହାଣ, ଚନ୍ଦ୍ରଭାଗା ବେଳାଭୂମି, ମୁକ୍ତାକାଶ ରଙ୍ଗମଞ୍ଚରେ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ ଜିଲ୍ଲାପାଳ । ଅଧିକ ପଢନ୍ତୁ

କଟକଣାରେ ହେବ ରାମଚଣ୍ଡୀ ଇକୋ ରିଟ୍ରିଟ, ଜମିବ କୋଣାର୍କ ଉତ୍ସବ
କଟକଣାରେ ହେବ ରାମଚଣ୍ଡୀ ଇକୋ ରିଟ୍ରିଟ, ଜମିବ କୋଣାର୍କ ଉତ୍ସବ

ପୁରୀ: ପୂର୍ଵ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ ଗାଇଡଲାଇନ ଅନୁଯାୟୀ କୋଣାର୍କ ଉତ୍ସବ ଓ ଇକୋ ରିଟ୍ରିଟ ଆରମ୍ଭ ହେବାକୁ ଯାଉଛି । ପର୍ଯ୍ୟଟକଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ତତ୍ପରତା ଦେଖାଇଛି ପର୍ଯ୍ୟଟନ ବିଭାଗ । କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣରେ ଇକୋ ରିଟ୍ରିଟ୍, କୋଣାର୍କରେ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହେବ । କୋଣାର୍କ ଉତ୍ସବ ସରିଲେ ଦ୍ବିତୀୟ ସପ୍ତାହରେ ଇକୋ ରିଟ୍ରିଟ୍ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆଜି(ବୁଧବାର) ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ରାମଚଣ୍ଡୀ ମୁହାଣ, ଚନ୍ଦ୍ରଭାଗା ବେଳାଭୂମି, ମୁକ୍ତାକାଶ ରଙ୍ଗମଞ୍ଚରେ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ।

କଟକଣାରେ ହେବ ରାମଚଣ୍ଡୀ ଇକୋ ରିଟ୍ରିଟ, ଜମିବ କୋଣାର୍କ ଉତ୍ସବ

କୋଣାର୍କର ରାମଚଣ୍ଡୀ ମୁହାଣ ନିକଟ ବେଳାଭୂମିରେ ରାସ୍ତା ମରାମତି ସଫେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ପାନୀୟ ଜଳବ୍ୟବସ୍ଥା ଏବଂ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ହେବ । ସ୍ୱତନ୍ତ୍ର ଭାବେ ନିର୍ମିତ ଟେଣ୍ଟରେ ସମସ୍ତ ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ । ପର୍ଯ୍ୟଟକମାନେ ବେଳାଭୂମିରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ । ଏହାବ୍ୟତୀତ ପାରାସେଲିଂ ଓ ଯୋଗ ଆଦି କାର୍ଯ୍ୟକ୍ରମ ଆୟୋଜିତ କରାଯିବ । କୋରୋନା କଟକଣା ଯୋଗୁଁ ଏଥର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି ।

ଏହି ଅନୁଧ୍ୟାନ ସମୟରେ ଜିଲ୍ଲାପାଳଙ୍କ ସମେତ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ତହସିଲଦାର ଏସ୍କେ ସାଗିର, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ୍ ଗାଇଡଲାଇନ ଓ ପରିବେଶ ନିୟମ ଅନୁଯାୟୀ ଇକୋ ରିଟ୍ରିଟ୍ ସହିତ ଜଡ଼ିତ ସମସ୍ତ ବିଭାଗକୁ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details