ଓଡିଶା

odisha

ETV Bharat / state

ବାତ୍ୟା ବିପନ୍ନଙ୍କ ଭୋକ ମେଣ୍ଟାଉଛି ‘ଖାଲସା ଇଣ୍ଡିଆ’

ଫନି ପରେ ଖାଦ୍ୟ, ପାନୀୟ ଜଳ ପାଇଁ ଡହଳ ବିକଳ ଶହ ଶହ ବାସହରା ପରିବାର । 4ଦିନ ପରେ ବି ମିଳିନି ପେଟପୂରା ଖାଦ୍ୟ । ଏପରି ସ୍ଥିତିରେ ଖାଲସା ଏଡ ଇଣ୍ଡିଆର ସ୍ବେଚ୍ଛାସେବୀ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ବାତ୍ୟା ପୀଡିତଙ୍କୁ ଯୋଗାଉଛନ୍ତି ।

By

Published : May 7, 2019, 5:03 PM IST

ଫଟୋ ସୌଜନ୍ୟ- @khalsaaid_india

ପୁରୀ: ଓଡିଶାର ଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ ‘ଫନି’ । ବାତ୍ୟା ମାଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ଦୁଇ ଜିଲ୍ଲା ପୁରୀ ଓ ଖୋର୍ଦ୍ଧା । ଫନି ଗଲା ପରେ ବି ଏହି ଦୁଇ ଜିଲ୍ଲାର ସ୍ଥିତି ସଙ୍ଗୀନ ରହିଛି । ବାତ୍ୟା ଯିବାର ଚାରି ଦିନ ବିତି ଯାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ଘରେ ଜଳିନି ଚୁଲି । ସେପଟେ ସରକାରୀ ରିଲିଫ ମିଳୁଥିବା ଚୁଡା ଗୁଡ ପ୍ରଭାବିତଙ୍କ ଦି ଓଳି ପେଟ ଭରିବା କଷ୍ଟକର ହୋଇ ପଡିଛି । ଏହି ସମୟରେ ସେମାନଙ୍କ ଭୋକ ଯନ୍ତ୍ରଣାକୁ ବୁଝିପାରି ଖାଦ୍ୟ ଯୋଗାଉଛନ୍ତି ଖାଲସା ଏଡ ଇଣ୍ଡିଆ ସ୍ବେଚ୍ଛାସେବୀ ସଙ୍ଗଠନ ।

ଫଟୋ ସୌଜନ୍ୟ- @khalsaaid_india
ଫଟୋ ସୌଜନ୍ୟ- @khalsaaid_india
ଫଟୋ ସୌଜନ୍ୟ- @khalsaaid_india

ଯୋଗାଯୋଗ ହେଉନଥିବାରୁ ପ୍ରଶାସନ ମଧ୍ୟ ବାତ୍ୟା ବିତ୍ପନଙ୍କ ପାଖରେ ପହଞ୍ଚିପାରୁନି । ଏପରି ସ୍ଥିତିରେ ଖାଲସା ଏଡ ଇଣ୍ଡିଆ ସ୍ବେଚ୍ଛାସେବୀ ସଙ୍ଗଠନ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ବାତ୍ୟା ପୀଡିତଙ୍କୁ ଯୋଗାଉଛନ୍ତି । ଆଉ ଏହି ବିପତ୍ତିରେ ପାଖାପାଖି 2000 ପ୍ରଭାବିତଙ୍କୁ ପେଟପୂରା ଖାଇବାକୁ ଦେଇଛନ୍ତି ଖାଲସା ଏଡ ଇଣ୍ଡିଆ ।

For All Latest Updates

ABOUT THE AUTHOR

...view details