ଓଡିଶା

odisha

ETV Bharat / state

ଆରମ୍ଭ ହେଲା କାର୍ତ୍ତିକ ମାସ, ଚଉରାମୂଳେ ବ୍ରତଧାରୀଙ୍କ ରାଇ ଦାମୋଦର ପୂଜା - puri shreemandir kartik puja

କୋଭିଡ କଟକଣା ମଧ୍ୟରେ ପାଳନ ହେବ ଚଳିତବର୍ଷର କାର୍ତ୍ତିକ ପୂଜା । ହେଲେ ଏହା ଅତ୍ୟନ୍ତ ପବିତ୍ର ମାସ ହୋଇଥିବାବେଳେ, ଏହି ମାସରେ ମହାପ୍ରଭୁଙ୍କ ଦର୍ଶ କରି ନପାରି ନିରାଶ ହୋଇଛନ୍ତି ବ୍ରତଧାରୀ ମାନେ । ଅଧିକ ପଢନ୍ତୁ...

ଆରମ୍ଭ ହେଲା କାର୍ତ୍ତିକ ମାସ, ଚଉରାମୂଳେ ରାଇ ଦାମୋଦର ପୂଜା କରୁଛନ୍ତି ବ୍ରତଧାରୀ
ଆରମ୍ଭ ହେଲା କାର୍ତ୍ତିକ ମାସ, ଚଉରାମୂଳେ ରାଇ ଦାମୋଦର ପୂଜା କରୁଛନ୍ତି ବ୍ରତଧାରୀ

By

Published : Nov 1, 2020, 12:00 PM IST

ପୁରୀ: ଆଜି (ରବିବାର) ଠାରୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ । ଯାହାକୁ ନେଇ ଶ୍ରୀକ୍ଷେତ୍ରରେ ବ୍ରତଧାରୀ ମାନେ ସକାଳୁ ସ୍ନାନ କରି ଚଉରା ମୂଳେ ସଂକଳ୍ପ ନେଇ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ଏକ ମାସ ଧରି ନିଷ୍ଠାର ସହ ମହାପ୍ରସାଦ ସେବନ କରି ଚଉରା ମୂଳେ ରାଇ ଦାମୋଦର ପୂଜା କରି କାର୍ତ୍ତିକ ବ୍ରତ ପାଳନ କରିବେ ।

ତେବେ ଚଳିତବର୍ଷ କୋଭିଡ କଟକଣା ହେତୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି । ଏଣୁ ବ୍ରତଧାରୀ ନିରାଶ ହୋଇଛନ୍ତି । କାର୍ତ୍ତିକ ମାସର ପ୍ରତେକ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମହାପ୍ରସାଦ ସେବନ କରନ୍ତି ବ୍ରତଧାରୀ । ତେବେ ଶ୍ରୀମନ୍ଦିରକୁ ପ୍ରବେଶ କଟକଣା ଥିବାରୁ ବଡଦାଣ୍ଡରେ ପତିତପାବନଙ୍କୁ ମୁଣ୍ଡିଆ ମାରି ଦର୍ଶନ କରୁଛନ୍ତି ଭକ୍ତ ।

ଆରମ୍ଭ ହେଲା କାର୍ତ୍ତିକ ମାସ, ଚଉରାମୂଳେ ରାଇ ଦାମୋଦର ପୂଜା କରୁଛନ୍ତି ବ୍ରତଧାରୀ

ତେବେ ଅନେକ ଭକ୍ତ ଚଳିତ ନଗାର୍ଜୁନ ବେଶ ଦେଖିବାକୁ ଇଚ୍ଛା ରଖିଛନ୍ତି । ହେଲେ ଶ୍ରୀମନ୍ଦିରକୁ ପ୍ରବେଶ କଟକଣା ହେତୁ ଭକ୍ତ ନଗାର୍ଜୁନ ବେଶ ଦର୍ଶନରୁ ବଞ୍ଚତ ହେବେ ଜାଣି ଦୁଃଖ ପ୍ରକାଶ କରିଛନ୍ତି । କାର୍ତ୍ତିକ ବ୍ରତଧାରୀଙ୍କ ହୁଳହୁଳିରେ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details