ଓଡିଶା

odisha

ETV Bharat / state

କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ - ହବିଷ୍ୟାଳି ଶିବିରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ ଜମିଛି । ବିଶେଷ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ମହିଳାମାନେ ପହଞ୍ଚି ସାରିଛନ୍ତି । ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶିବିରର ଉଦଘାଟନ କରିବେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ପୁରୀ

By

Published : Oct 12, 2019, 2:10 PM IST

ପୁରୀ: ସୋମବାର ଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏଥିପାଇଁ ଶନିବାର ଠାରୁ ପୁରୀରେ ପହଞ୍ଚିଯାଇଛନ୍ତି କାର୍ତ୍ତିକ ବ୍ରତାଧାରୀ । ବିଶେଷ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ମହିଳାମାନେ ପହଞ୍ଚି ସାରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ପୁରୀ

ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଶିବିରର ଉଦଘାଟନ କରିବେ । ବୟସ୍କ ଲୋକମାନେ ଏହି ହବିଷ୍ୟାଳି ଶିବିରରେ ରହିବାକୁ ଥିବାରୁ ଏଠାରେ ବିଶେଷ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଅଗ୍ନି ନିରାପତ୍ତା, ସ୍ବାସ୍ଥ୍ୟ, ସୂଚନା କେନ୍ଦ୍ର, ସ୍ନାନାଗାର, ଶୋଇବା ପାଇଁ ଗଦି ତକିଆ, ଫ୍ୟାନ ଆଦିର ବ୍ୟବସ୍ଥା ରହିଛି । ସେହିପରି ପ୍ରତିଦିନ ମହାପ୍ରସାଦ ସେବନ ସହ ଶ୍ରୀମନ୍ଦିରରେ ଜଗନ୍ନାଥ ଦର୍ଶନ ନେଇ ବସର ବ୍ୟବସ୍ଥା ମଧ୍ୟ କରାଯାଇଛି । ଚଳିତ ବର୍ଷ 3ଟି ସ୍ଥାନ ରେଲୱେ ଯାତ୍ରୀ ନିବାସ, ନରେନ୍ଦ୍ର କୋଣ ହବିଷ୍ୟଲି ଗୃହ, ମୋଚି ସାହି କଲ୍ୟାଣ ମଣ୍ଡପରେ ଆଵଶ୍ୟକ ବ୍ୟବସ୍ଥା ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details