ଓଡିଶା

odisha

ETV Bharat / state

ଆସୁଛି କାଳୀପୂଜା, ଦକ୍ଷିଣକାଳୀଙ୍କ ପୀଠରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ମା’ ଦକ୍ଷିଣକାଳୀଙ୍କ ପୀଠରେ କାଳୀ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପରମ୍ପରା ଅନୁସାରେ ମାଙ୍କର ପୂଜା ରୀତିନୀତି ସଂପନ୍ନ ହେବ । ଅଧିକ ପଢନ୍ତୁ

ଦକ୍ଷିଣକାଳୀଙ୍କ ପୀଠରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଦକ୍ଷିଣକାଳୀଙ୍କ ପୀଠରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

By

Published : Oct 20, 2022, 9:47 PM IST

ପୁରୀ: ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ କାଳୀ ପୂଜା ପାଇଁ ଉତ୍ସବମୁଖପ ପୁରପଲ୍ଲୀ । ମା ଦକ୍ଷିଣକାଳୀଙ୍କ ପୀଠରେ କାଳୀ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପରମ୍ପରା ଅନୁସାରେ ମାଙ୍କର ପୂଜା ରୀତିନୀତି ସଂପନ୍ନ ହେବ । ଅ।ସନ୍ତା ୨୪ ତାରିଖ ଅର୍ଥାତ ଅକ୍ଟୋବର ୨୪ ତାରିଖ ମଧ୍ୟ ରାତ୍ର ୧୨ଟା ପରେ ମାଙ୍କର ଗୁପ୍ତ ରୀତିନୀତି ଅନୁଷ୍ଠିତ ହେବ । କୋଭିଡ କଟକଣା କୋହଳ ହେବା ପରେ ଭକ୍ତଙ୍କ ଦର୍ଶନରେ କଟକଣା କୋହଳ କରିଛି ପ୍ରଶାସନ । ଚଳିତ ବର୍ଷ ମାଙ୍କ ପୀଠକୁ ଆସି ସାନିଧ୍ୟ ଲାଭ କରିବାର ସୁଯୋଗ ପାଇବେ ଭକ୍ତ ।

ଦକ୍ଷିଣକାଳୀଙ୍କ ପୀଠରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଏହା ମଧ୍ୟ ପଢନ୍ତୁ: ଦଳିତଙ୍କୁ ଆକ୍ରମଣ ଘଟଣା, କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପିଙ୍କୁ ଫେରାଦ

ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ମା’ ଦକ୍ଷିଣକାଳୀ ପୀଠ । ବହୁ ପୁରାତନ କାଳରୁ ଏଠାରେ ପୂଜା ପାଇ ଅ।ସୁଛନ୍ତି ମା’ କାଳୀ । ଶ୍ରଦ୍ଧାଳୁ ମାନଙ୍କର ବିଶ୍ଵାସ ଏଠାରେ ମାଙ୍କୁ ପୂଜାର୍ଚ୍ଚନା କରାଗଲେ ମନ ସ୍କାମନା ପୂରଣ ହୋଇଥାଏ । ପରମ୍ପରା ଅନୁସାରେ ନିସାର୍ଦ୍ଧ ରାତି ପରେ ମାଙ୍କର ମୁଖ୍ୟ ପୂଜକ ରିତୀନିତୀ ଅନୁସ।ରେ ପୂଜା ଆରମ୍ଭ କରାଯାଇ ପରଂପରାନୁସାରେ ମାଙ୍କୁ ଛାଗ ବଳି ମା’ଙ୍କୁ ଅର୍ପଣ କରାଯ।ଇଥାଏ ।

ଏହି ପୂଜାର୍ଚ୍ଚନା ସକାଳ ଯାଏଁ ଚାଲିବା ପରେ ଭକମାନେ ମାଙ୍କର ଦର୍ଶନ ପାଇ ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା କୋହଳ ହେବା ପରେ ମା’ଙ୍କ ଦର୍ଶନ ଉପରେ କଟକଣା କୋହଳ କରିଛି ପ୍ରଶାସନ । ଭକ୍ତମାନେ ମାଙ୍କ ପୀଠକୁ ଆସି ଦର୍ଶନ ପାରିବେ। ଏହା ପୂର୍ବରୁ ବୀରଗୋବିନ୍ଦପୁର ମା’ ଦକ୍ଷିଣକାଳୀ ମନ୍ଦିର ସଜେଇ ହେବାରେ ଲାଗିଛି । ମନ୍ଦିର ଓ ମୁଖ୍ୟ ଗେଟକୁ ନୂଆ ରଙ୍ଗ ଦେଇ ସଜାଉଛି କାରିଗର । ପ୍ରଥମ ଥର ପାଇଁ ଗ୍ରାମ୍ୟ ଓ କିଛି ବଦ୍ୟାନ ବ୍ୟକ୍ତିଙ୍କ ସହଯୋଗରେ ମାଙ୍କ ପାଇଁ ଚାନ୍ଦି (ରୂପା) ମେଢ଼ ପ୍ରସ୍ତୁତ କରାଯାଉଥିବା ଗ୍ରାମବାସୀ କହିଥିବା ବେଳେ ମାଙ୍କ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଏନେଇ ପୁରୀ ଉପଜିଲ୍ଲାପାଳ କହିଛନ୍ତି, "କାଳୀପୂଜା ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ନୀତିକ୍ରାନ୍ତି ସହ ରାସ୍ତାଘାଟ ଉପରେ ମଧ୍ୟ ଆଲୋଚନା କରାଯାଇଛି ।ଏହି ସମୟରେ ସୂର୍ଯ୍ୟପରାଗ ପଡୁଥିବା ଯୋଗୁଁ କିଭଳି ଭକ୍ତମାନେ ଆସି ସୁରୁଖୁରୁରେ ଦର୍ଶନ କରିବେ ସେନେଇ ଆଲୋଚନା କରାଯାଇ ସମସ୍ତଙ୍କୁ ଦାୟିତ୍ବ ଦିଆଯାଇଛି ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details