ଓଡିଶା

odisha

ETV Bharat / state

ଫନି ଉଜାଡି ଦେଲା ଚିଙ୍ଗୁଡି ଘେରି

ଫନି ଚାଲିଯାଇଛି । ହେଲେ ବ୍ୟାପକ କ୍ଷୟକ୍ଷତିର ସମ୍ଭାର ଛାଡିଯାଇଛି । ତାହା ଦେଖିବାକୁ ମିଳିଛି କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳର ଚିଙ୍ଗୁଡି ଘେରି ମାନଙ୍କରେ । କାକଟପୁରର କେଉଟଜଙ୍ଗା, ନଡିଆମଠ, କଣିଆ,ବାଣିଆ, ମାଟିଆପଡାର ଅନେକ ଚିଙ୍ଗୁଡିଚାଷୀ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।

By

Published : May 9, 2019, 7:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର


ପୁରୀ: ଫନି ଚାଲିଯାଇଛି । ହେଲେ ବ୍ୟାପକ କ୍ଷୟକ୍ଷତିର ସମ୍ଭାର ଛାଡିଯାଇଛି । ତାହା ଦେଖିବାକୁ ମିଳିଛି କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳର ଚିଙ୍ଗୁଡି ଘେରି ମାନଙ୍କରେ । କାକଟପୁରର କେଉଟଜଙ୍ଗା, ନଡିଆମଠ, କଣିଆ,ବାଣିଆ, ମାଟିଆପଡାର ଅନେକ ଚିଙ୍ଗୁଡିଚାଷୀ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ସମୁଦ୍ରରେ ପଡିଥିବା କାଦୁଆ ନଈରେ ଫନି ପ୍ରଭାବରୁ 8 ଫୁଟ ଉଚ୍ଚର ଜୁଆର ଆସିବାରୁ କେତେକ ଘେରିର ବନ୍ଧ ଭାଙ୍ଗିଯାଇଥିଲା । ଫଳରେ ଘେରିରେ ଥିବା ଚିଙ୍ଗୁଡି ଜାଆଁଳ ନଈରେ ଭାସି ଯାଇଥିଲେ । ଆଉ ଯେତିକି ବି ପାଣି ଛାଡିଯିବା ପରେ ରହିଥିଲେ ସେଗୁଡିକ ଲୁଣିପାଣିରେ ବଞ୍ଚି ନ ପାରି ମରିଯାଉଥିବା ଦେଖିବାକୁ ମିଳୁଛି । ଏହା ବ୍ୟାକ୍ଟେରିଆ କିମ୍ବା ଅନ୍ୟ କୌଣସି କାରଣ ପାଇଁ ଘଟୁଥିବା ଚାଷୀ ସନ୍ଦେହ କରୁଛନ୍ତି । ଜଣେ ଚାଷୀଙ୍କର ପ୍ରାୟ 5ରୁ 7ଲକ୍ଷ ଟଙ୍କା କ୍ଷତି ହୋଇଥିବା ଜଣେ ଚାଷୀ ପ୍ରକାଶ କରିଛନ୍ତି । ସେହିପରି ସରକାରଙ୍କ ତରଫରୁ କିଛି ସହାୟତା ମିଳିପାରିଲେ କ୍ଷତିଗ୍ରସ୍ତ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ଚିଙ୍ଗୁଡିଚାଷୀ ବିକ୍ରମ ନାୟକ କହିଛନ୍ତି ।

ପୁରୀରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details