ପୁରୀ:ସ୍ଵେଚ୍ଛାସେବୀଙ୍କୁ ଦିଆଗଲା ସାମ୍ବାଦିକତା ପ୍ରଶିକ୍ଷଣ । ଏଣିକି ସାମ୍ବାଦିକଙ୍କ ପରି ବାତ୍ୟା ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ନେଇ ସୂଚନା ପ୍ରଦାନ କରିବେ ସ୍ଵେଚ୍ଛାସେବୀ । ଏନେଇ କୋଣାର୍କ ଠାରେ ଏକ ତିନିଦିନିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ୟୁନିସେଫ୍, କାରିତାସ, ପାଣ୍ଟିସ ଓ ୟୁଥ୍ ଫର୍ ୱାଟରର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।
ବାଲେଶ୍ଵର ଓ ପୁରୀ ଜିଲ୍ଲାର ବାତ୍ୟା ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଵେଚ୍ଛାସେବୀ ଭାବେ କାର୍ଯ୍ୟ କରିଥିବା ଯୁବକ ଯୁବତୀ ସାମ୍ବାଦିକ ଭଳି ସୂଚନା ସଂଗ୍ରହ କରି ଠିକ ଭାବେ, ଠିକ୍ ସମୟରେ ଉପଯୁକ୍ତ ମଞ୍ଚରେ କିପରି ତୃଣମୂଳ ସ୍ତରର ସୁବିଧା ଅସୁବିଧାର କଥା ଉପସ୍ଥାପନ କରିପାରିବେ ସେ ସଂକ୍ରାନ୍ତରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।