ଓଡିଶା

odisha

ETV Bharat / state

ଆଜି ଜାଗର, ଚଳଚଞ୍ଚଳ ପୁରୀ ଲୋକନାଥ ପୀଠ

ଆଜି ହେଉଛି ପବିତ୍ର ଜାଗର ଯାତ୍ରା । ଏଥିପାଇଁ ପୁରୀ ପ୍ରସିଦ୍ଧ ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ହଜାର ହଜାର ଭକ୍ତ ଧାଡିରେ ଯାଇ ପ୍ରଭୁ ଲୋକନାଥଙ୍କ ଦର୍ଶନ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Mar 4, 2019, 3:43 PM IST

Updated : Mar 4, 2019, 5:22 PM IST

ପୁରୀ: ଆଜି ହେଉଛି ପବିତ୍ର ଜାଗର ଯାତ୍ରା । ଏଥିପାଇଁ ପୁରୀ ପ୍ରସିଦ୍ଧ ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ଚୂଡାନ୍ତ ନୀତିକାନ୍ତି ଅନୁସାରେ ରବିବାର ମଧ୍ୟ ରାତ୍ରରେ ପ୍ରଭୁ ଲୋକନାଥଙ୍କ ଦ୍ବାର ଫିଟା ପରେ ମଙ୍ଗଳ ଆଳତି, ବଲ୍ଳଭ ନୀତି, ସକାଳ ଧୂପ, ଦ୍ଵି-ପ୍ରହର ଧୂପ ଆଦି ନୀତି ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସକାଳ 7ଟାରୁ ସାହାଣ ମେଲା ଅନୁଷ୍ଠିତ ହୋଇଛି । ବାବା ଲୋକନାଥଙ୍କ ଦର୍ଶନ ନିମନ୍ତେ ହଜାର ହଜାର ଭକ୍ତ ଧାଡିରେ ଯାଇ ପ୍ରଭୁ ଲୋକନାଥଙ୍କ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିରରୁ ଲୋକନାଥଙ୍କ ପ୍ରତିମୂର୍ତ୍ତି ପଂକ୍ତି ଖାଇ ହରି ରୂପରେ ଲୋକନାଥ ମନ୍ଦିରକୁ ଆସିବାର ନୀତି ରହିଛି । ବେଢ଼ା ପରିକ୍ରମା ପରେ ଅନ୍ୟାନ୍ୟ ନୀତି ବଢି ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ ।

ପରେ ରାତ୍ର 4ଟା ବେଳକୁ ମହାଦୀପ ଉଠିବାର ନୀତିକାନ୍ତି ରହିଛି । ଅନ୍ୟପଟେ ଜାଗର ଅବସରରେ ଲୋକନାଥଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ପୁରୀ ପୋଲିସ ପକ୍ଷରୁ 20 ପ୍ଲାଟୁନରୁ ଫୋର୍ସ ମୁତୟନ କରାଯାଇଛି । ଏହାଛଡା ଆଲୋକ, ପିଇବା ପାଣି, ଅଗ୍ନିଶମ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 4, 2019, 5:22 PM IST

ABOUT THE AUTHOR

...view details