ଓଡିଶା

odisha

ETV Bharat / state

ଅଯୋଧ୍ୟା ଅଭିମୁଖେ ଜଗନ୍ନାଥ ସେନା; ମନ୍ଦିର-ମସଜିଦ ନିର୍ମାଣ ପାଇଁ ଦେବ ଆର୍ଥିକ ସହାୟତା

ପୁରୀର ସମାଜିକ ସଙ୍ଗଠନ 'ଜଗନ୍ନାଥ ସେନା' ପକ୍ଷରୁ ଅଯୋଧ୍ୟାରେ  ରାମ ମନ୍ଦିର ଓ ମସଜିଦ ନିର୍ମାଣ ନେଇ ଜଗନ୍ନାଥ ସେନା କର୍ମକର୍ତ୍ତା ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ, ଶ୍ରୀମନ୍ଦିରରେ ଦୁଇ ଖଣ୍ଡ ପଥର ପୂଜା କରି ପୁରୀରୁ ଅଯୋଧ୍ୟାକୁ  ଯାତ୍ରା କରିଛନ୍ତି।

ଅଯୋଧ୍ୟା ଅଭିମୁଖେ ଜଗନ୍ନାଥ ସେନା

By

Published : Nov 20, 2019, 3:18 PM IST

ପୁରୀ: ଦୁଇ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ରଖିବା ଉଦେଶ୍ୟରେ ନିୟାରା ପ୍ରୟାସ କରିଛି ପୁରୀର ସମାଜିକ ସଙ୍ଗଠନ 'ଜଗନ୍ନାଥ ସେନା' । ଅଯୋଧ୍ୟାରେ ରାମ ମନ୍ଦିର ଓ ମସଜିଦ ନିର୍ମାଣ ନେଇ ଜଗନ୍ନାଥ ସେନା କର୍ମକର୍ତ୍ତା ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ, ଶ୍ରୀମନ୍ଦିରରେ ଦୁଇ ଖଣ୍ଡ ପଥର ପୂଜା କରି ପୁରୀରୁ ଅଯୋଧ୍ୟାକୁ ଯାତ୍ରା କରିଛନ୍ତି।

ଜଗନ୍ନାଥ ସେନା ପକ୍ଷରୁ ରାମଲାଲା ନ୍ୟାସକୁ 1 ଲକ୍ଷ ଏକ ଟଙ୍କା ଓ ସୁନି ୱାକଫ ବୋର୍ଡକୁ 1 ଲକ୍ଷ ଏକ ଟଙ୍କାର ଚେକ ମଧ୍ୟ ପ୍ରଦାନ କରିବେ। ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସେନା ସ୍ବାଗତ କରିଥିବା ବେଳେ ସମସ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ଭାଇଚାରା ବଜାୟ ରଖିବାକୁ ଜଗନ୍ନାଥ ସେନା ଆହ୍ବାନ ଦେଇଛି।

ଅଯୋଧ୍ୟା ଅଭିମୁଖେ ଜଗନ୍ନାଥ ସେନା

ସେନା ପକ୍ଷରୁ କୁହାଯାଇଛି ଯେ ପ୍ରଭୁ ଜଗନ୍ନାଥ ହେଉଛନ୍ତି ସବୁ ଧର୍ମର ଠାକୁର। ଦାସିଆ ବାଉରୀ ଯେଭଳି ଭକ୍ତ ସେହିପରି ସାଲ ବେଗ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ। ମହାପ୍ରଭୁ ଜଗତର ଠାକୁର। ତାଙ୍କ ଆଗରେ ସମସ୍ତେ ସମାନ। ଏହି ଭାଇଚାରାର ବାର୍ତ୍ତାକୁ ପ୍ରଭୁ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରରୁ ଜଗନ୍ନାଥ ସେନା ଅଯୋଧ୍ୟା ନେଇ ଯାଉଥିବା ବେଳେ ଏହା ସାରା ବିଶ୍ବବାସୀଙ୍କୁ ରାମ ଓ ରହିମ ଏକ ବୋଲି ବାର୍ତ୍ତା ଦେଉଛି।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details