ପୁରୀ: ସନାତନ ଧର୍ମକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟାନିଧିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଛି । ଏହି କ୍ରମରେ ପୁରୀ ଶ୍ରୀଜଗନ୍ନାଥ ସେନା ଏହାକୁ ଦୃଢ ବିରୋଧ କରି ସିଂହଦ୍ଵାର ସମ୍ମୁଖରେ ଏହାର କଡା ପ୍ରତିବାଦ ସ୍ୱରୂପ ବିକ୍ଷୋଭ କରିବା ସହ ଷ୍ଟାଲିନଙ୍କ ଫଟୋରେ କାଳି ବୋଳା ଯାଇଥିଲା । ଏଥିସହିତ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲା ଜଗନ୍ନାଥ ସେନା ।
ଏହା ମଧ୍ୟ ପଢ଼ନ୍ତୁ:Sanatan Dharma Remark Row Deepens: ଉଦୟାନିଧିଙ୍କ ସମର୍ଥନରେ ବାହାରିଲେ ପ୍ରିୟଙ୍କ ଖଡଗେ
ଏହା ମଧ୍ୟ ପଢ଼ନ୍ତୁ:Udhayanidhi Controversial Statement: 'ବିଜେପି ମୋ ମନ୍ତବ୍ୟକୁ ବିକୃତ କରି ମିଥ୍ୟା ଖବର ପ୍ରଚାର କରୁଛି'
ଉଦୟନିଧି ଷ୍ଟାଲିନ ତାଙ୍କ ଭାଷଣରେ କହିଥିଲେ, "ସନାତନ ଧର୍ମ କରୋନା ଭାଇରସ, ଡେଙ୍ଗୁ, ମ୍ୟାଲେରିଆ ପରି । ଏଣୁ ଏହା ସହିତ ଲଢିବା ବଦଳରେ ଏହାର ସମୂଳ ବିନାଶ କରିବା ଉଚିତ ।" ଜାତି, ଧର୍ମକୁ ଆଘାତ ଦେବାଭଳି ଷ୍ଟାଲିନଙ୍କ ଏଭଳି ମନ୍ତବ୍ୟକୁ ଚାରିଆଡ଼େ ବିରୋଧ କରାଯାଇଛି । ଏହି ମନ୍ତବ୍ୟକୁ ପୁରୀ ଶ୍ରୀଜଗନ୍ନାଥ ସେନା ମଧ୍ୟ କଡା ବିରୋଧ କରିଛି । ସେନାର ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଏହାର କଡା ପ୍ରତିବାଦ ସ୍ୱରୂପ ବିକ୍ଷୋଭ କରିବା ସହ ଷ୍ଟାଲିନଙ୍କ ଫଟୋରେ କାଳି ବୋଳା ଯାଇଥିଲା । ଏଥି ସହିତ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲା ଜଗନ୍ନାଥ ସେନା । ସେପଟେ ଏଭଳି ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ସିଂହଦ୍ଵାର ଥାନାରେ ଏତଲା ଦେଇ ତାଙ୍କ ଗିରଫ ଦାବି କରାଯାଇଛି ।