ଓଡିଶା

odisha

Dakota Plane: ବିଜୁବାବୁଙ୍କ ଡାକୋଟାକୁ ପୁରୀର ସ୍ଥାପନ ପାଇଁ ଉଠିଲା ଦାବି

By

Published : Jan 19, 2023, 8:34 PM IST

Updated : Jan 19, 2023, 8:55 PM IST

ବିଜୁ ବାବୁଙ୍କ ଡାକୋଟା ବିମାନକୁ ପୁରୀରେ ସ୍ଥାପନ କରିବା ଲାଗି ଉଠିଲା ଦାବି । ଜଗନ୍ନାଥ ସେନାର ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକ ଏହି ଦାବି ଉଠାଇଛନ୍ତି । ଅଧିକ ପଢନ୍ତୁ

Dakota Plane
Dakota Plane

ବିଜୁବାବୁଙ୍କ ଡାକୋଟାକୁ ପୁରୀର ସ୍ଥାପନ ପାଇଁ ଉଠିଲା ଦାବି

ପୁରୀ:ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ବୁଧବାର କୋଲାକାତାରୁ ଭୁବନେଶ୍ବରରେ ପହଞ୍ଚିଛି । ଓଡ଼ିଶାରେ ବିମାନ ପହଞ୍ଚିବା ପରେ ଏହାକୁ ପୁରୀରେ ସ୍ଥାପନ ପାଇଁ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ପୁରୀରେ ବିଜୁବାବୁଙ୍କର ଏକ ସ୍ମୃତି ପୀଠ ନିର୍ମାଣ କରାଯାଇ ସେଠାରେ ଚିତ୍ତାଭସ୍ମ ସ୍ଥାପନ କରଯାଉ । ଡାକୋଟା ବିମାନକୁ ବିମାନ ବନ୍ଦର ନୁହେଁ ବରଂ ଏହି ସ୍ମୃତିପୀଠରେ ରଖାଯାଉ ବୋଲି ଦାବି କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକ।

ପୁରୀରେ ସ୍ମୃତିପୀଠ ଦାବି କରୁଥିବା ଜଗନ୍ନାଥ ସେନାର ଆବାହକ ପ୍ରୀୟଦର୍ଶନ କହିଛନ୍ତି, "କିଛିବର୍ଷ ପୂର୍ବେ ସ୍ବର୍ଗଦ୍ବାରରେ ବିଜୁବାବୁଙ୍କ ସମାଧିକୁ ଭାଙ୍ଗି ଦିଆଯାଇଥିଲା । ତାଙ୍କର ଚିତାଭସ୍ମକୁ ସମ୍ମାନର ସହ ଆଣି ଅର୍ବାନ ହାଟ ପରିସରରେ ରଖାଯାଇଛି । ଏଠାରେ ଜନ୍ମ ଜୟନ୍ତୀ ପାଳନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଉଛି । ହେଲେ ସରକାର ବିଜୁବାବୁଙ୍କ ପ୍ରତି ଯେତିକି ସମ୍ମାନ ଦେବା କଥା ଦେଉନାହାନ୍ତି । ଯଦି ବିଜୁବାବୁଙ୍କ ପ୍ରତି ସରକାରଙ୍କର ଏତେ ଭକ୍ତି ଭାବ ରହିଛି ତେବେ ପୁରୀରେ ବିଜୁବାବୁଙ୍କର ଏକ ସ୍ମୃତିପୀଠ ନିର୍ମାଣ କରାଯାଇ ସେଠାରେ ଚିତ୍ତାଭସ୍ମ ସ୍ଥାପନ କରନ୍ତୁ । ଆଉ ଡାକୋଟା ବିମାନକୁ ବିମାନ ବନ୍ଦର ନୁହେଁ ବରଂ ଏହି ସ୍ମୃତିପୀଠରେ ରଖାଯାଉ ।"

ଏହା ବି ପଢନ୍ତୁ- Dakota Aircraft: ପୁଷ୍ପ ବୃଷ୍ଟି କରି ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, କହିଲେ ବିମାନରେ ବିଜୁ ବାବୁ କରିଥିଲେ ସାହସିକତାର ପ୍ରତିପାଦନ

ଏଥିସହ ସେ ଆଉ ଏକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ମଧ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ବିଜୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ ବୋଲି ସରକାରଙ୍କ ନିକଟରେ ସେ ଦାବି କରିଛନ୍ତି । ପୁରୀରେ ନୂଆ ସ୍ମୃତିପୀଠ ଓ ସଂଗ୍ରହାଳୟ ନିର୍ମାଣ ସହ ଡାକୋଟା ବିମାନ ପୁରୀରେ ସ୍ଥାପିତ ହେଲେ ପୁରୀକୁ ଆସୁଥିବା ଲକ୍ଷଲକ୍ଷ ଭକ୍ତ ଦର୍ଶନାର୍ଥି, ପର୍ଯ୍ୟଟକମାନେ ବିଜୁବାବୁଙ୍କ ବୀରତ୍ବର ଗାଥା ସମ୍ପର୍କରେ ଅବଗତ ହୋଇପାରିବେ । ସେପଟେ ଗତକାଲି କୋଲକାତାରୁ ସ୍ଥଳପଥରେ ଭୁବନେଶ୍ବର ଏୟାରପୋର୍ଟକୁ କଡା ସୁରକ୍ଷାର ସହ ଡାକୋଟା ବିମାନକୁ ଅଣାଯାଇଛି ।

ମାତ୍ର ଡାକୋଟା ବିମାନକୁ ଓଡ଼ିଶା ବୋର୍ଡରରେ ଯେଭଳି ଭାବେ ସ୍ବାଗତ କରିବା କଥା ସେଭଳି ସରକାର କରିନାହାନ୍ତି । ସରକାରଙ୍କର କୌଣସି ପଦାଧିକାରୀ ସେଠାରେ ନଥିଲେ । ଯାହା ବିଜୁବାବୁଙ୍କ ପ୍ରତି ଅସମ୍ମାନ ବୋଲି ଅଭିଯୋଗ ହୋଇଛି । ସେପଟେ ସରକାର ଏୟାରପୋର୍ଟକୁ ଜମି ଯୋଗାଇ ଦେଇଛନ୍ତି । ହେଲେ ସେ ସ୍ଥାନ ଉପଯୁକ୍ତ ନୁହେଁ ବରଂ ପୁରୀରେ ସରକାର ଜମି ଦିଅନ୍ତୁ ଆଉ ସେଠାରେ ସ୍ମୃତି ପୀଠ ନିର୍ମାଣ କରାଯାଉ। ବିମାନ ବନ୍ଦରରେ ସ୍ଥାପନକୁ କଡା ବିରୋଧ କରିଛି ଜଗନ୍ନାଥ ସେନା । ସେପଟେ ଡାକୋଟା ବିମାନ ଫେରିବା ନେଇ ପ୍ରଥମେ ୨୦୧୭ ଡିସେମ୍ବରରେ ଏୟାରପୋର୍ଟ ଅଥରିଟିକୁ ଚିଠି ଲେଖିଥିଲା ଜଗନ୍ନାଥ ସେନା ।

ବିମାନ କର୍ତ୍ତୃପକ୍ଷ ଏହି ଚିଠିକୁ ଅନୁଶୀଳନ କରିବା ପରେ ଡାକୋଟା ଫେରାଇ ନେବା ପାଇଁ ସହଯୋଗ କରିବେ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । ମାତ୍ର ଯେତେବେଳେ ଡାକୋଟା ବିମାନ ଓଡ଼ିଶା ଆସିଲା ସରକାର ଜଣାଇଲେ ନାହିଁ । ବିମାନବନ୍ଦରରେ ଡାକୋଟା ବିମାନ ରହିଲେ ଅନେକ ସମସ୍ୟା ରହିଛି । ଏଣୁ ଜଗନ୍ନାଥଙ୍କ ମାଟିରେ ଭୁମିପୁତ୍ରଙ୍କ ସ୍ମୃତିପୀଠ ନିର୍ମାଣ ସହ ଡାକୋଟା ବିମାନ ସ୍ଥାପନ ହେଲେ ବିଜୁବାବୁଙ୍କ ଗୌରବମୟ ଇତିହାସ ସମସ୍ତେ ଜାଣିପାରିବେ ବୋଲି ସେ କହିଛନ୍ତି । ପୁରୀ ନଫେରିଲେ ଆନ୍ଦୋଳନ ତେଜିବ ବୋଲି କହିଛନ୍ତି ପ୍ରିୟଦର୍ଶନ ।

ଇଟିଭି ଭାରତ, ପୁରୀ

Last Updated : Jan 19, 2023, 8:55 PM IST

ABOUT THE AUTHOR

...view details