ଓଡିଶା

odisha

ETV Bharat / state

ବାଲୁକା କଳାରେ ଥ୍ରୀଡି ସାଣ୍ଟା, ବଡଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ - Go Green

ବାଲୁକା କଳାରେ ବଡ଼ଦିନର ଶୁଭେଚ୍ଛା ଦେଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଥ୍ରୀଡି ସାଣ୍ଟା ତିଆରି କରି ଦେଇଛନ୍ତି ‘ଗୋ ଗ୍ରୀନ’ର ବାର୍ତ୍ତା । ଅଧିକ ପଢ଼ନ୍ତୁ...

international sand artist sudarshan pattanik , 3d sand art of santa, eve of christmas, marry christmas, ବାଲୁକାକଳାରେ ଥ୍ରୀଡି ସାଣ୍ଟା, ବଡ଼ଦିନର ଶୁଭେଚ୍ଛା, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, Go Green, ଗୋ ଗ୍ରୀନ
ବାଲୁକାକଳାରେ ଥ୍ରୀଡି ସାଣ୍ଟା

By

Published : Dec 24, 2019, 9:14 PM IST

Updated : Dec 24, 2019, 9:38 PM IST

ପୁରୀ: ବଡ଼ଦିନ ପାଇଁ ବେଶ ଚଳଚଞ୍ଚଳ ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀ । ବଡ଼ଦିନ ଠାରୁ ନୂଆବର୍ଷ ପାଇଁ ଏଠାରେ ଜମିଥାଏ ପର୍ଯ୍ୟଟକଙ୍କ ଭିଡ଼ । ଆଉ ଏଥିପାଇଁ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ସ୍ବତନ୍ତ୍ର ବାଲୁକା କଳାକୃତି ।

ବାଲୁକାକଳାରେ ଥ୍ରୀଡି ସାଣ୍ଟା

ପ୍ରତିବର୍ଷ ଭଳି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବେଳାଭୂମିରେ ବାଲୁକା କଳାରେ ସମ୍ଭାର ଦେଖିବାକୁ ମିଳିଛି । ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବଡ଼ଦିନ ଅବସରରେ ‘ଗୋ ଗ୍ରୀନ (Go Green)’ର ବାର୍ତ୍ତା ଦେଇ ସାଣ୍ଟାକ୍ଲଜର ଥ୍ରୀଡି ଆର୍ଟ ନିର୍ମାଣ କରିଛନ୍ତି। ପୁରୀ ସୁବର୍ଣ୍ଣ ବେଳାଭୂମିରେ ନିର୍ମିତ ଏହି ଆକର୍ଷଣୀୟ ବାଲୁକା ଥ୍ରୀଡି ଆର୍ଟରେ ସବୁଠୁ କୌତୁହଳ ଦୃଶ୍ୟ ଦେଖିବାକୁ ମିଳିଛି। ଅଢ଼େଇ ହଜାର ବର୍ଗଫୁଟର ଏହି ଥ୍ରୀଡି ଆର୍ଟରେ ସାଣ୍ଟାକ୍ଲଜ ସମୁଦ୍ର କୂଳରେ ଛିଡାହେବା ଭଳି ଦେଖାଯିବା ସହ ଖ୍ରୀଷ୍ଟମାସ ଟ୍ରି ଉପହାର ଦେଉଥିବା ଭଳି ନଜରକୁ ଆସିଛି ।

ଏହି ଥ୍ରୀଡି ସ୍ୟାଣ୍ଡ ଆର୍ଟ ଜରିଆରେ ଗୋ ଗ୍ରୀନର ବାର୍ତ୍ତା ଦେବା ସହ ଖ୍ରୀଷ୍ଟମାସ ଅବସରରେ ବିଶ୍ବବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେପଟେ ଲାଇଟ ହାଉସ ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ତାଙ୍କ ସ୍ୟାଣ୍ଡ ଆର୍ଟ ପାର୍କରେ ଗଢିଛନ୍ତି ଏକାଧିକ ଆକର୍ଷଣୀୟ ବାଲୁକାକୃତୀ। ଏଥିରେ ମାନସ ପ୍ଲାଷ୍ଟିକ ଫ୍ରୀର ନିଆରା ବାର୍ତ୍ତା ଦେଇଛନ୍ତି। ପ୍ଲାଷ୍ଟିକ ଏବେ ବିଶ୍ବକୁ ଯେଭଳି କବଳିତ କରିଛି ସେଥିରୁ ମୁକ୍ତି ପାଇଁ ଏହି ବାର୍ତ୍ତା ଦେଇଛନ୍ତି ମାନସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 24, 2019, 9:38 PM IST

ABOUT THE AUTHOR

...view details