ପୁରୀ: ଆଉ ଦିନକ ପରେ ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘରକୁ ଯିବେ ମହାପ୍ରଭୁ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଇତି ମଧ୍ୟରେ ତିନି ରଥ ପାଇଁ ସ୍ବତନ୍ତ୍ର ବ୍ରେକ୍ ପ୍ରସ୍ତୁତ ହୋଇ ସାରିଛି । ନାଇଲନ କଟନ ରବର ଟ୍ରିପ୍ ଦେଇ ଏହି ବ୍ରେକ୍ ପ୍ରସ୍ତୁତ କରାଯାଇଛି । କାଠ ଉପରେ ଲାଗୁଥିବା ରବର ଏଭଳି ଶୈଳୀରେ ପ୍ରସ୍ତୁତ କରାଯାଇଛି ଯେ, ଏହା ବିରାଟ ରଥକୁ ବି ଅଟକାଇବାର ସମର୍ଥ ରଖିଛି ।
ଦିନକ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା, ତିନି ରଥରେ ବ୍ରେକ୍ ପ୍ରସ୍ତୁତି ଶେଷ - ତିନି ରଥରେ ବ୍ରେକ୍ ପ୍ରସ୍ତୁତି ଶେଷ
ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ଲୋକାରାଣ୍ୟ ପରିବେଶ ମଧ୍ୟରେ କୌଣସି ଅଘଟଣକୁ ରୋକିବାକୁ ତିଆରି ହୋଇଛି ସ୍ବତନ୍ତ୍ର ବ୍ରେକ୍ । ଅଧିକ ପଢ଼ନ୍ତୁ
ତେବେ ପୂର୍ବରୁ ରଥରେ ଏଭଳି ବ୍ରେକ୍ ନଥିଲା । ଯେଉଁଥିପାଇଁ ରଥ ଚାଲିବା ସମୟରେ ଅନେକ ଅଘଟଣ ଘଟୁଥିଲା । ପରେ ୨୦୦୮ ମସିହାରେ ପରୀକ୍ଷାମୂଳକ ଭାବେ ନାଇଲନ କଟନର ଏଭଳି ରବର ଲଗାଯାଇଥିଲା । ଏହା ସଫଳ ଭାବେ କାମ ଦେବା ପରେ ପ୍ରତିବର୍ଷ ରଥର ବ୍ରେକ୍ ବ୍ୟବହାର କରାଯାଉଛି । ଏକ କାଠ ଉପରେ କଣ୍ଟା ବାଡ଼େଇ ରବର ସଦୃଶ ଗ୍ରିପ୍ ସବୁ ଲଗାଯାଇଛି । ଯାହା ରଥ ଆଗରେ ଚେନରେ ଝୁଲି ରହିଥାଏ । ରଥ ଅଟକାଇବାକୁ ହେଲେ ରବର ଲଗା ବ୍ରେକ୍କୁ ଚକ ଆଗରେ ରଖି ଦିଆଯାଏ । ଏହି ରବର ଗୁଡ଼ିକ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରୁ ଆସିଥାଏ । ତେବେ ପୂର୍ବରୁ ଏପରି ବ୍ୟବସ୍ଥା ନଥିଲା । ଭୋଇ ସେବକମାନେ ବ୍ରେକ୍କୁ ଦଉଡ଼ି ସାହାଯ୍ୟ ଉପରକୁ ଟେକିବା ସହ ରଥ ରୋକିବା ସମୟରେ ବ୍ରେକ୍ ତଳେ ପକାଯାଉଥିଲା । ହେଲେ ଏଥିପାଇଁ ବହୁ ସମୟ ଲାଗୁଥିଲା ଏବଂ ରଥଟଣାରେ ମଧ୍ୟ ବହୁ ବିଳମ୍ବ ହେଉଥିଲା ।
ଅନେକ ସମୟରେ ରଥ ସଠିକ ସ୍ଥାନରେ ନ ଅଟକି ଆଗକୁ ପଳାଇବାରୁ ଅଘଟଣ ବି ଘଟିଥିଲା । ତେବେ ଗତ 2008ରୁ ନୂଆ ଧରଣର ନାଇଲନ ରବର ଥିବା ବ୍ରେକ୍ ବ୍ୟବହାର ପରେ ରଥଟଣା ଓ ରୋକିବା ବେଶ ଭଲରେ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ବ୍ୟବହାର କରାଯାଉଛି । ଏହି ସ୍ଵତନ୍ତ୍ର ବ୍ରେକ୍ ବ୍ୟବହାର ଫଳରେ ଉଭୟ ବ୍ରେକ୍ ଏବଂ ଚକ କ୍ଷତିଗ୍ରସ୍ତ ହେବ ନାହିଁ । ଏନେଇ ମହାରଣା ସେବକ କହିଛନ୍ତି," ରଥଟଣାରେ ବ୍ରେକ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ରଥର ମୋଡ଼ ବଦଳିବା ସମୟରେ ଆଗ ଚକ ସମ୍ମୁଖରେ ଏହାକୁ ରଖାଯାଏ । ବ୍ରେକ୍ଟି ଶାଳ କାଠରେ ତିଆରି ହୋଇଥିବା ବେଳେ ଏହାର ଉଚ୍ଚତା ପ୍ରାୟ ୧୫ ଫୁଟ ରହିଛି । ମହାପ୍ରଭୁଙ୍କ ନବକଳେବର ବର୍ଷ ନୂଆ ନିର୍ମାଣ ହୁଏ । ରଥ ଚାଲିଲା ବେଳେ ଭୋଇ ସେବକ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଏହାକୁ ପରିଚଳନ କରନ୍ତି ।"
ଇଟିଭି ଭାରତ, ପୁରୀ