ବ୍ରହ୍ମଗିରି:ଚିଲିକାକୁ ଘେରି ମୁକ୍ତ କରିବା ପାଇଁ ହାଇକୋର୍ଟଙ୍କ ରାୟରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦେଶ କର୍ମେ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସୁନାମୁହିଁ ରାଜସ୍ବ ଅଧିନ ବାହ୍ୟ ଚିଲିକାର ପ୍ରାୟ 100 ମିଟର ବିଶିଷ୍ଠ କଣ୍ଟେଇ ଜାଣର ମାଟି ବନ୍ଧକୁ 30 ଟି ହୋଲ କରି ସେଥିରେ ଡିନାମାଇଟ ଲଗାଇ ବ୍ଲାଷ୍ଟିଂ କରାଯାଇଛି । ଏତେ ଟଙ୍କା ସରକାରଙ୍କ ବ୍ୟୟ କରାଇ ତାହା ଫଳପ୍ରଦ ହୋଇନଥିବା ହୋଇନଥିବା ଦେଖାଯାଇଛି ।
ମାଟି ବନ୍ଧକୁ ଭାଙ୍ଗି ଚିଲିକା ପାଣିକୁ ଏକ କରିବା ପରିବର୍ତ୍ତେ ସେଠାରେ କେବଳ କିଛି ଖାଲ ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ପ୍ରଶାସନ ଏହାକୁ ଏଡାଇ ତାହା ପରୀକ୍ଷା ମୂଳକ ଭାବେ କରାଯାଇଥିବା କହି ସଫେଇ ଦେଇଛି । ଏହି ପ୍ରକ୍ରିୟା ପାଇଁ ପ୍ରାୟ ୧ ମାସ ତଳୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । କଣ୍ଟେଇ ଜାଣର ପ୍ରାୟ 1000 ଏକର ଜବର ଦଖଲ ଚିଙ୍ଗୁଡ଼ି ଘେରିକୁ ଡେନମାଇଟ ଦ୍ଵାରା ବ୍ଲାଷ୍ଟିଂ କରିବା ପାଇଁ 7 ଦିନ ଧରି 3ଜଣ ମାଜିଷ୍ଟ୍ରେଟ,4 ଜଣ ପୋଲିସ ଅଧିକାରୀ, 3 ପ୍ଲାଟୁନ ପୋଲିସ ଫୋର୍ସଙ୍କ ସହିତ ଛତିଶଗଡ଼ରୁ ଆସିଥିବା ବ୍ଲାଷ୍ଟିଂ ଟିମ ଏକ ସ୍ୱତନ୍ତ୍ର ହୋଲ ମେସିନ ସାହାଯ୍ୟରେ 100ଟି ହୋଲ କରାଯାଇଥିଲା । ପ୍ରଯ୍ୟାପ୍ତ ପରିମାଣର ଆବଶ୍ୟକୀୟ ଡେନମାଇଟ ପହଞ୍ଚି ଯାଇଥିଲା । କିନ୍ତୁ ଘେରି ଦଲାଲ ଏବଂ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକାର ଚଞ୍ଚକତା କରାଇ ଏହି ଉଚ୍ଛେଦ ପ୍ରକ୍ରିୟାକୁ ଦୀର୍ଘ ଦିନ ଧରି ପ୍ରଶାସନ ବନ୍ଦ କରିଦେଇଥିଲା ।