ଓଡିଶା

odisha

ETV Bharat / state

ଚାଷୀଙ୍କୁ ମିଳୁନି କାଳିଆ ଟଙ୍କା: ସିପିଆଇର ଗଣଧାରଣା

ଉଚିତ ଚାଷୀଙ୍କୁ ମିଳୁନାହିଁ କାଳିଆ ଯୋଜନା ଟଙ୍କା । ଏପରି ଅଭିଯୋଗ ନେଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛି କମ୍ୟୁନିଷ୍ଟ ପାର୍ଟି ।

By

Published : Jul 9, 2019, 4:46 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜ୍ୟ ସରକାର ଚାଷ ଓ ଚାଷୀର ଉନ୍ନତି ପାଇଁ କରିଛନ୍ତି କାଳିଆ ଯୋଜନା । କିନ୍ତୁ ଯୋଜନାରୁ ନୀଳଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀମାନେ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।

ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନୀଳଗିରି ବରିଷ୍ଠ ନେତା ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ୪ ଦଫା ଦାବି ନେଇ ଏକ ଗଣଧାରଣା ଦିଆଯାଇଥିଲା । ବସଷ୍ଟାଣ୍ଡରୁ ଏକ ରାଲିରେ ଆସି ଉପଜିଲ୍ଲାପାଳ ଅଫିସ ସାମ୍ନାରେ ଦିଆଯାଇଥିଲା ଏହି ଧାରଣା । ଜିଲ୍ଲାର ଅନେକ ଚାଷୀ ଓ ମହିଳାମାନେ ଯୋଗଦେଇଥିଲେ ।

ତୁରନ୍ତ କାଳିଆ ଯୋଜନାର ଟଙ୍କା ଚାଷୀଙ୍କୁ ଚାଷ କାର୍ଯ୍ୟ ପୂର୍ବରୁ ପ୍ରଦାନ କରିବାକୁ ଦାବି ହୋଇଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ବର

ଏହାସହ ଯୋଜନାର ଅର୍ଥ ପ୍ରଦାନ କରିବାରେ ରାଜନୈତିକ ହସ୍ତକ୍ଷେପ ନକରିବା ଓ ପେଟ୍ରୋଲ, ଡିଜେଲ ଦର ହ୍ରାସ କରିବା ଦାବି ମଧ୍ୟ କରାଯାଇଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details