ପୁରୀ:ସ୍ତ୍ରୀର ମୃତଦେହକୁ ହସ୍ପିଟାଲରେ ଚାଡି ସ୍ବାମୀ ହୋଇଗଲା ଫେରାର । ମୃତ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ । ମୃତ ମହିଳା ହେଉଛନ୍ତି ନିବେଦିତା । ପୁରୀ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢନ୍ତୁ-ପ୍ରେମ ବିବାହ ପରେ ସ୍ତ୍ରୀକୁ ଛାଡି ସ୍ବାମୀ ଫେରାର
ଅଭିଯୋଗ ମୁତାବକ, ନୟାଗଡ଼ର ରଞ୍ଜିତ ସାହୁ ଗତ ୮ ମାସ ତଳେ ଗଡିସାଗଦା ବିଲପାଟଣାର ୨୯ ବର୍ଷୀୟା ନିବେଦିତା ପରିଡାଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ଵାମୀଙ୍କ ସହ ସେ ଆସି ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡଗୋଡ଼ିଆ ସାହିରେ ଭଡ଼ାରେ ରହୁଥିଲେ । ତେବେ ଶନିବାର ସକାଳୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହ୍ବାରୁ ଉତ୍ୟକ୍ତ ହୋଇ ରଞ୍ଜିତ ନିବେଦିତାଙ୍କୁ ମାଡ଼ ମାରି ଭଡାଘରେ ବନ୍ଦ କରି ଚାଲି ଯାଇଥିଲେ। କିଛି ସମୟ ପରେ ରଞ୍ଜିତ ଘରକୁ ଫେରି ନିବେଦିତା ଅଚେତ୍ ଅବସ୍ଥାରେ ପଡିଥିବାର ଦେଖି ତାଙ୍କୁ ଚିକିତ୍ସା ନିମନ୍ତେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ନିବେଦିତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ରଞ୍ଜିତ ସ୍ତ୍ରୀ ନିବେଦିତାଙ୍କୁ ଛାଡ଼ି ସେଠାରୁ ଫେରାର ହୋଇଯାଇଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।