ଓଡିଶା

odisha

ETV Bharat / state

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଜମୁଛି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼

ନୂଆବର୍ଷ ପୂର୍ବରୁ ପୁରୀରେ ଅସମ୍ଭାଳ ହେଲାଣି ଭିଡ଼ । ଆଜି ଛୁଟିଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଏବଂ ପର୍ଯ୍ୟଟକଙ୍କର ଲାଗଥିଲା ଲମ୍ବା ଲାଇନ । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ନେଇ ଶ୍ରୀମନ୍ଦିର ସମେତ ସମୁଦ୍ର କୂଳରେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢ଼ନ୍ତୁ

By

Published : Dec 25, 2022, 10:12 PM IST

ପୁରୀରେ ଜମୁଛି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼
ପୁରୀରେ ଜମୁଛି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼

ପୁରୀରେ ଜମୁଛି ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼

ପୁରୀ: ନୂଆବର୍ଷ ଯେତିକି ପାଖେଇ ଆସୁଛି ପୁରୀରେ ଦିନକୁ ଦିନ ଅସମ୍ଭାଳ ହେଉଛି ଭକ୍ତ ଏବଂ ପର୍ଯ୍ୟଟକଙ୍କ ଭିଡ଼ । ତେବେ ଆଜି ମଧ୍ୟ ସହରରେ ହଜାରହଜାର ଭକ୍ତ ଏବଂ ପର୍ଯ୍ୟଟକଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିଲା । ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ଓ ସୁବିଧା ପାଇଁ ଶ୍ରୀମନ୍ଦିର ସମେତ ସମୁଦ୍ର କୂଳରେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲମ୍ବା ଲାଇନ୍ ଲାଗିଥିବା ଦେଖିବାକୁ ମିଳିଥିଲା । ମର୍ଚ୍ଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଖଚାଖଚ୍ ଭିଡ ଜମିଥିଲା । ବଡଦିନ ଅବସରରେ ଛୁଟି କଟାଇବା ପାଇଁ ପୁରୀ ଆସିଥିବା ଭକ୍ତ ଓ ପର୍ଯ୍ୟଟକମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଏଭଳି ଲମ୍ବା ଧାଡ଼ିରେ ଠିଆହୋଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରି ସବୁ କ୍ଳାନ୍ତ ଏବଂ କଷ୍ଟକୁ ଭୁଲି ଯାଇଛନ୍ତି ଭକ୍ତ । ଆଗାମୀ ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ଭକ୍ତ ପ୍ରାର୍ଥନା କରିଛନ୍ତି ।

ଆଜି ଛୁଟିଦିନ ଥିବାରୁ ଶ୍ରୀମନ୍ଦିର ଭଳି ସମୁଦ୍ର କୂଳରେ ମଧ୍ୟ ଅନୁରୂପ ଭିଡ଼ ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦର୍ଶନ ପରେ ନୀଳ ସମୁଦ୍ର ଜଳ ରାଶିକୁ ଉପଭୋଗ କରିବା ପାଇଁ ସମୁଦ୍ର କୂଳରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିଥିଲା । ସେପଟେ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା, ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ସୁବିଧା ଓ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଆଗାମୀ ନୂଆବର୍ଷ ପାଇଁ ପୁରୀକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବାର ସମ୍ଭାବନା ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡ, ସମୁଦ୍ର କୂଳ ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସୁବ୍ୟବସ୍ଥା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ପୁରୀ SP କନୱର ବିଶାଲ ସିଂହ ।‌

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details