ଓଡିଶା

odisha

ETV Bharat / state

'ହେରା ପଞ୍ଚମୀ' ନୀତିରେ ବିଭ୍ରାଟ: ଆଡପ ମଣ୍ଡପରେ ଜେଟିପିଙ୍କୁ ମାଡ ଅଭିଯୋଗ

ହେରାପଞ୍ଚମୀ ନୀତିରେ ବିଶୃଙ୍ଖଳା ଯୋଗୁ ନୀତିକାନ୍ତି ବିଳମ୍ବ । ଦଇତାପତି ଓ ଜେଟିପି ସେବାୟତଙ୍କ ବିବାଦ ଯୋଗୁ ବିଳମ୍ବ ହେଲା 'ହେରା ପଞ୍ଚମୀ' ନୀତି । ରାତି 12 ସୁଦ୍ଧା ମଧ୍ୟ ଶ୍ରୀଗୁଣ୍ଡିଚାରେ ପହଞ୍ଚି ପାରିନଥିଲେ ଲକ୍ଷ୍ମୀ ଠାକୁରାଣୀ ।

By

Published : Jul 9, 2019, 10:28 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପବିତ୍ର ହେରାପଞ୍ଚମୀ ନୀତିରେ ବିଭ୍ରାଟ । ଦଇତାପତି ସେବାୟତ ଓ ଜେଟିପିଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ନୀତିରେ ବିଳମ୍ବ ହୋଇଥିଲା । ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ଡକାଯିବା ପରେ ଲକ୍ଷ୍ମୀ ଠାକୁରାଣୀଙ୍କ ବିଜେ ନୀତି 12ଟା ସୁଦ୍ଧା ମଧ୍ୟ ହୋଇପାରିନଥିଲା ।

ସୂଚନାଯୋଗ୍ୟ, ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଜଣେ ଜେଟିପି ଜଣେ ବାଡଗ୍ରାହୀଙ୍କ ପତ୍ନୀଙ୍କୁ କୌଣସି ବିବାଦକୁ ନେଇ ଧକ୍କା ମାରିଥିଲେ । ଫଳରେ ବାଡଗ୍ରାହୀଙ୍କ ପୁଅ ନିଜ ମାଆକୁ ଧକ୍କା ମାରିବା ଘଟଣାକୁ ଗୁରତର ସହ ନେଇ ସମ୍ପୃକ୍ତ ଜେଟିପିକୁ ପଚାରିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବାଡଗ୍ରାହୀଙ୍କ ପୁଅ ଜେଟିପିଙ୍କୁ ମାଡ ମାରିଥିଲେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହାପରେ ବାଡଗ୍ରାହୀଙ୍କ ପୁଅଙ୍କ ନାଁରେ ଜେଟିପି ସେବାୟତ ଶ୍ରୀମନ୍ଦିର କମାଣ୍ଡରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଉଭୟ କାର୍ଯ୍ଯାନୁଷ୍ଠାନ ଦାବି କରି ଅଡି ବସିଥିବାବେଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂନ୍ଧ୍ଯାଧୂପ ପୂଜା ବସିବାରେ ବହୁ ବିଳମ୍ବ ହୋଇଥିଲା । ସେପଟେ ଶ୍ରୀମନ୍ଦିର ପ୍ରଶାସନ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଫଳରେ ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ରାତି ପ୍ରାୟ 12ଟା 20ମିନିଟରେ ଶ୍ରୀଗୁଣ୍ଡିଚା ବିଜେ କରିଥିଲେ ।

ତେବେ ଗତ ବର୍ଷ ରାତ୍ରି 11ଟା ସୁଦ୍ଧା ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ବିଜେ କରିସାରିଥିବାବେଳେ ଚଳିତ ଥର ବିଳମ୍ବରେ ନୀତି ଅନୁଷ୍ଠିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details