ଓଡିଶା

odisha

ETV Bharat / state

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଭକ୍ତ ପାଳିଲେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା - ସିଦ୍ଧମହାବୀର ମନ୍ଦିର

ଆଜି ମାର୍ଗଶିର କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିରରେ ପ୍ରବଳ ଭିଡ଼ ଜମିଛି । ପ୍ରଭୁ ମହାବୀର ଆଜି ଭକ୍ତଙ୍କୁ ନାଗା ବେଶ (Naga form of Mahaveer)ରେ ଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଭକ୍ତ ପାଳିଲେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା
ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଭକ୍ତ ପାଳିଲେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା

By

Published : Nov 13, 2022, 5:20 PM IST

ପୁରୀ:ଆଜି ମାର୍ଗଶିର କୃଷ୍ଣ ପକ୍ଷ ପଞ୍ଚମୀ ତିଥି।‌ ଏନେଇ ଚଳଚଞ୍ଚଳ ହୋଇଉଠିଛି ଜଗନ୍ନାଥଧାମ (Heavy crowd witness at Sri Mandir) । ପରମ୍ପରା ଅନୁଯାୟୀ ଭକ୍ତମାନେ ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମାକୁ ପାଳନ କରିଛନ୍ତି । ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିରରେ ଆଜି ଦିନରେ ମହାବୀରଙ୍କ ପାଦସ୍ପର୍ଶ କରିବାକୁ ସୁଯୋଗ ମିଳୁଥିବାରୁ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଏହାସହିତ ପ୍ରଭୁ ମହାବୀର ଆଜି ଭକ୍ତଙ୍କୁ ନାଗା ବେଶ (Naga form of Mahaveer)ରେ ଦର୍ଶନ ଦେଇଛନ୍ତି ।

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଭକ୍ତ ପାଳିଲେ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା

ସକାଳୁ ସକାଳୁ ଭକ୍ତମାନେ ପଞ୍ଚତୀର୍ଥରେ ସ୍ନାନ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ଓ ତୀର୍ଥ ସ୍ଥଳୀ ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ଭକ୍ତ । ସେହିପରି ପୁରୀର ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିରରେ ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା । ମାର୍ଗଶିର କୃଷ୍ଣ ପଞ୍ଚମୀ ତିଥିରେ ତଥା ବର୍ଷକୁ ଏହି ଗୋଟିଏ ଦିନ ସିଦ୍ଧମହୀବୀର ମନ୍ଦିରରେ ପ୍ରଭୁ ହନୁମାନଙ୍କ ପାଦ ସ୍ପର୍ଶ କରିବାର ସୁଯୋଗ ମିଳିଥାଏ । ଆଜି ଗୋଟିଏ ଦିନ ପ୍ରଭୁ ହନୁମାନ ବୀର ନାଗା ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିବାରୁ ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି ।‌

ଏହା ବି ପଢନ୍ତୁ- ସୁଦର୍ଶନ ପଟ୍ଟନାୟକଙ୍କ ଉପରେ ସନ୍ଦର୍ଭ ଲେଖି PhD ପାଇଲେ ଅଣଓଡିଆ

ସିଦ୍ଧମହାବୀର ମନ୍ଦିରରେ ରାତି ୧୨ଟା ୧୦ ମିନିଟରେ ଦ୍ବାର ଫିଟା ନୀତି ପରେ ମଙ୍ଗଳ ଆଳତି, ବାଳଭୋଗ ଧୂପ, ଦ୍ବିପ୍ରହର ଧୂପ ସରିବା ପରେ ପ୍ରଭୁ ସିଦ୍ଧମହାବୀରଙ୍କୁ ନାଗା ବେଶରେ ସଜ୍ଜିତ କରାଯାଇଥିଲା । ଭକ୍ତମାନେ ଭୋରୁ ପ୍ରଭୁଙ୍କର‌ ଏହି ଦୁର୍ଲଭ ବେଶର ସୁଯୋଗ ପାଇଛନ୍ତି । ପରମ୍ପରା ଅନୁସାରେ ଏଠାରେ ଆଜି ରସଗୋଲା, ଚୁଡାଘଷା ଓ କ୍ଷୀରି ଭୋଗ ସମର୍ପଣ କରି ଭକ୍ତମାନେ ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଜି ଦିନ ତମାମ ସିଦ୍ଧମହାବୀର ଅଞ୍ଚଳ ଚଳଚଞ୍ଚଳ ହୋଇଥିବା ବେଳେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଳାର ଆୟୋଜନ କରାଯାଇଛି । ଏନେଇ ସିଦ୍ଧମହାବୀର ମନ୍ଦିରର ପୂଜକ ବିବୁଧାନନ୍ଦ ମିଶ୍ର କହିଛନ୍ତି, "ଆଜି ଏଠାକୁ ରାଜ୍ୟ ବାହାରର ମଧ୍ୟ ବହୁ ଭକ୍ତ ଦର୍ଶନ କରିବାକୁ ଆସିଥାଆନ୍ତି । ଏହି ଦିନକୁ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଥାନ୍ତି । ଏଠାରେ ପ୍ରଭୁ ଆଜି ନାଗା ବେଶରେ ଦର୍ଶନ ଦେଇଥାନ୍ତି । ଆଜିର ଦିନରେ ବିଭିନ୍ନ ପ୍ରକାର ଭୋଗ ହୁଏ, ତନ୍ମଧ୍ୟରୁ ମୁଖ୍ୟ ଆକର୍ଷଣ ହେଉଛି ରସଗୋଲା ଭୋଗ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details