ଓଡିଶା

odisha

ETV Bharat / state

ଆସୁଛି ଧର୍ମମାସ, ଏବର୍ଷ ହବିଷିଆଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା - ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ପ୍ରାୟ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ରହି ହବିଷ ବ୍ରତ ପାଳିବେ ହଜାଶ ହଜାର ହବିଷିଆଳି । ଏଥିପାଇଁ ରାଜ୍ୟ ସରକାର ହବିଷିଆଳିଙ୍କ ମାଗଣାରେ ରହିବା ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଡିଜାଇନ ଫଟୋ

By

Published : Oct 10, 2019, 11:12 PM IST

ପୁରୀ: ଆସୁଛି ଧର୍ମମାସ କାର୍ତ୍ତିକ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛୁ ହବିଷିଆଳିଙ୍କ ଭିଡ । ପ୍ରାୟ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ରହି ହବିଷ ବ୍ରତ ପାଳିବେ ହଜାଶ ହଜାର ହବିଷିଆଳି । ଏଥିପାଇଁ ରାଜ୍ୟ ସରକାର ହବିଷିଆଳିଙ୍କ ମାଗଣାରେ ରହିବା ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ତେବେ ବିଗତ କିଛିବର୍ଷ ହେବ ରାଜ୍ୟ ସରକାର ଅସ୍ଥାୟୀ ହବିଷିଆଳି ଶିବିର କରି ବ୍ରତଧାରୀଙ୍କ ରହିବା, ଖାଇବା ଆଦି ବ୍ୟବସ୍ଥା କରିଆସୁଛନ୍ତି । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ସରକାରଙ୍କ ପକ୍ଷରୁ ହବିଷିଆଳି ଯୋଜନାରେ ତିନୋଟି ସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି । ନରେନ୍ଦ୍ର କୋଣ ନିକଟରେ ସରକାରଙ୍କ ଦ୍ବାରା ନିର୍ମାଣ ହୋଇଥିବା ଏକ ପାଞ୍ଚମହଲା ବିଶିଷ୍ଟ ସ୍ବତନ୍ତ୍ର ହବିଷିଆଳି ଶିବିର, ମୋଚି ସାହିର କଲ୍ୟାଣ ମଣ୍ଡପ ସହ ରେଲୱେ ଷ୍ଟେସନର ଯାତ୍ରୀନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।

ସେଠାରେ ସମସ୍ତ ବ୍ୟବସ୍ଥା ରହିବ। ସହ ବ୍ରତ କରିବା ଲାଗି ଆକାଶ ଦୀପ, ଚଉଁରା, ତୁଳସୀ ଗଛ ଆଦିର ବ୍ୟବସ୍ଥା କରାଯିବ । ପ୍ରତିଦିନ ସକାଳେ ଚାହା ସହ ଅପରାହ୍ନ ତିନିଟା ତିରିଶ ମିନିଟରେ ମହାପ୍ରସାଦର ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ପର୍ଯ୍ୟଟନ ଅଧିକାରୀ ।

ଏହାସହ ହବିଷିଆଳିନଙ୍କ ପାଇଁ ଚଳିତବର୍ଷ ପାରାୟଣ ସାଙ୍ଗକୁ ପାଲା, ଦାସକାଠିଆ ଓ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ଗାଡି ଯୋଗେଁ ମନ୍ଦିରକୁ ଯାଇ ହବିଷିଆଳିମାନେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରି ପାରିବେ । ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ୨୫୦୦ ଟାର୍ଗେଟ ଥିଲେ ମଧ୍ୟ ପଞ୍ଜିକରଣ 3 ହଜାର ଟପିବାରୁ ତିରିଶଟି ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଛି । ବିଭିନ୍ନ ଜିଲ୍ଲାରୁ କେତେ ହବିଷିଆଳି ପଞ୍ଜିକରଣ କରିଛନ୍ତି ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ପୁରୀ ଜିଲ୍ଲାରୁ 16 ଶହରୁ ଉର୍ଦ୍ଧ୍ବ ହବିଷିଆଳି ପଞ୍ଜିକରଣ କରିଥିବା ଜଣାପଡିଛି ।

ଶିବିର ମାନଙ୍କରେ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ କର୍ମଚାରୀ ମାନେ ଚବିଶ ଘଣ୍ଟିଆ କାର୍ଯ୍ୟରେ ରହିବାକୁ ନିର୍ଦ୍ଦେଶ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details