ପୁରୀ: ଜିଲ୍ଲାକୁ ଆସୁଥିବା ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ କ୍ଵାରେନଣ୍ଟାଇନ ବ୍ୟବସ୍ଥା ହୋଇଛି । ପ୍ରବାସୀମାନେ ଆସିବା ପରେ ତାଙ୍କୁ ସ୍କ୍ରିନିଂ କରାଯାଉଛି । କୃପାଜଳ ଇଞ୍ଜିନିୟରିଂ କଲେଜରେ ଜିଲ୍ଲା ଅଭ୍ୟର୍ଥନା କେନ୍ଦ୍ର ହୋଇଛି । ସେଠାରେ ସ୍କ୍ରିନିଂ ପରେ ପ୍ରବାସୀଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା କ୍ଵାରେନଣ୍ଟାଇନ ସେଣ୍ଟରକୁ ପଠାଯାଉଛି । ତେବେ ପୁରୀ ସହର ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରବାସୀମାନଙ୍କୁ ହୋମ କ୍ଵାରେନଣ୍ଟାଇନରେ ନ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।
ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ସରକାରୀ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ - ପୁରୀରେ ପ୍ରବାସୀଙ୍କ ପାଇଁ କ୍ବାରେନଣ୍ଟାଇନ
ଜିଲ୍ଲାକୁ ଆସୁଥିବା ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ କ୍ଵାରେନଣ୍ଟାଇନ ବ୍ୟବସ୍ଥା ହୋଇଛି । ପ୍ରବାସୀମାନେ ଆସିବା ପରେ ତାଙ୍କୁ ସ୍କ୍ରିନିଂ କରାଯାଉଛି । କୃପାଜଳ ଇଞ୍ଜିନିୟରିଂ କଲେଜରେ ଜିଲ୍ଲା ଅଭ୍ୟର୍ଥନା କେନ୍ଦ୍ର ହୋଇଛି ।

ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ସରକାରୀ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ
ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ସରକାରୀ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ
ସେହିପରି ଯେଉଁମାନେ ପେଡ କ୍ବାରେନଣ୍ଟାଇନରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ମଧ୍ୟ ହୋଟେଲ ଗୁଡିକରେ ପେଡ କ୍ବାରେନଣ୍ଟାଇନର ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏକ ହଜାର ଲୋକଙ୍କ ରହିବା ଭଳି ବ୍ୟବସ୍ଥା ପୁରୀ ସହରରେ କରାଯାଇଛି । ଆବଶ୍ୟକ ପଡିଲେ ଅଧିକ ବ୍ୟବସ୍ଥା ହେବ । ସେପଟେ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ 1317 ଜଣ ପ୍ରବାସୀ ବ୍ୟକ୍ତି ଏପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ଆସିଛନ୍ତି । ତେବେ ଲକଡାଉନ ସମୟରେ ସମସ୍ତେ ନିୟମ ପାଳନ କରିବା ସହ କୋଭିଡ-19 ଗାଇଡ଼ଲାଇନ ମାନିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : May 11, 2020, 9:46 AM IST