ଓଡିଶା

odisha

ETV Bharat / state

ସରକାରଙ୍କ ନିୟମକୁ ଉଲ୍ଲଂଘନ କରୁଛନ୍ତି ଖୋଦ ସରକାରୀ କର୍ମଚାରୀ

ଘରେ ଘରେ ବୁଲି ଟଙ୍କା ବାଣ୍ଟିବାକୁ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ଖୋଦ ସରକାରୀ କର୍ମଚାରୀ ଏହାକୁ ଉଲ୍ଲଙ୍ଘନ କରି ହିତାଧିକାରୀ ମାନଙ୍କୁ କୁଶଭଦ୍ରା ନଦୀ ନିକଟସ୍ଥ ରାସବାଡି ମଠ ପଡିଆକୁ ଡାକି 1000 ଟଙ୍କା ଲେଖାଏଁ ସହାୟତା ରାଶି ବଣ୍ଟନ କରୁଥିଲେ । କିନ୍ତୁ ଏ ନେଇ ଅଭିଯୋଗ ପରେ ଉକ୍ତ ସ୍ଥାନ ଛାଡି ଚାଲି ଯାଇଥିଲେ କର୍ମଚାରୀ। ଅଧିକ ପଢନ୍ତୁ...

Government employees violate government regulations
ସରକାର ନିୟମକୁ ଉଲଘଂନ କଲେ ଖୋଦ ସରକାରୀ କର୍ମଚାରୀ

By

Published : Apr 10, 2020, 7:29 PM IST

ପୁରୀ: ମହାମାରୀ କୋରୋନା ଭୂତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରୁଥିବାବେଳେ ସେଥିରୁ ରକ୍ଷା ପାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। କୋରୋନା ମହାମାରୀ ବିଷୟରେ ସ୍ଵେଚ୍ଛାସେବୀ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଲୋକମାନଙ୍କୁ ସଚେତନ କରାଇବା ସହ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି । ହେଲେ ତାହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ାରେ।

ସରକାର ନିୟମକୁ ଉଲଘଂନ କଲେ ଖୋଦ ସରକାରୀ କର୍ମଚାରୀ

ନିମାପଡା ଏନଏସିର କର୍ମଚାରୀ 2 ଟି ୱାର୍ଡର ହିତାଧିକାରୀ ମାନଙ୍କୁ କୁଶଭଦ୍ରା ନଦୀ ନିକଟସ୍ଥ ରାସବାଡି ମଠ ପଡିଆକୁ ଡାକି ସରକାରଙ୍କ ଦ୍ବାରା ଘୋଷିତ 1000 ଟଙ୍କା ଲେଖାଏଁ ସହାୟତା ରାଶି ବଣ୍ଟନ କରୁଥିଲେ । କିନ୍ତୁ ଏନେଇ ଅଭିଯୋଗ ପରେ ଉକ୍ତ ସ୍ଥାନରେ ପହଁଚି ଥିବା ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଦେଖି ଟଙ୍କା ବାଣ୍ଟିବା ବନ୍ଦ କରି ସ୍ଥାନ ଛାଡି ଚାଲି ଯାଇଥିଲେ କର୍ମଚାରୀ।

ଘରେ ଘରେ ବୁଲି ଟଙ୍କା ବାଣ୍ଟିବାକୁ ସରକାରଙ୍କ ନିର୍ଦେଶ ଥିବା ବେଳେ ଖୋଦ ସରକାରୀ କର୍ମଚାରୀ ଏହାକୁ ଉଲ୍ଲଙ୍ଘନ କରିବା ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଘଟଣା ନେଇ କାର୍ଯ୍ୟନୁଷ୍ଠାନ ଦାବି ହୋଇ ଥିବା ବେଳେ ସ୍ଥାନୀୟ ପ୍ରଶାସନ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details