ଓଡିଶା

odisha

ETV Bharat / state

ସତ୍ୟବାଦୀ ପରେ ଚନ୍ଦନପୁର, ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଚୋରି । ଚନ୍ଦନପୁର ଥାନା ଅନ୍ତର୍ଗତ ସୁନ୍ଦର ଗ୍ରାମର ଜଗନ୍ନାଥ ମନ୍ଦିରରୁ ଚୋରି । ଅଧିକ ପଢନ୍ତୁ

loot from jagannath temple
ମନ୍ଦିରରୁ ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରି

By

Published : Jan 10, 2022, 9:51 PM IST

ପୁରୀ:ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଚୋରି । ଚନ୍ଦନପୁର ଥାନା ଅନ୍ତର୍ଗତ ସୁନ୍ଦର ଗ୍ରାମର ଜଗନ୍ନାଥ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀ-ନୃସିଂହଙ୍କ ମୂର୍ତ୍ତି ଚୋରି ନେଇ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ମନ୍ଦିରର ଗ୍ରୀଲ କାଟି ଚୋରି କରିଥିବା ବେଳେ ସକାଳୁ ପୂଜକ ପୂଜା କରିବା ଲାଗି ମନ୍ଦିର ଖୋଲିବା ସମୟରେ ଏହା ଜାଣିବାକୁ ପାଇଥିଲେ । ଏହାପରେ ପୂଜକ ଗ୍ରାମବାସୀଙ୍କୁ ଏନେଇ ଜଣାଇଥିଲେ ।

ଅନ୍ୟପଟେ ଗ୍ରାମର ମନ୍ଦିର କମିଟ ପକ୍ଷରୁ ଏନେଇ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଚନ୍ଦନପୁର ଥାନା ପୋଲିସ ପକ୍ଷରୁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଁଛି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ନିକଟରେ ମଧ୍ୟ ଚନ୍ଦନପୁର ନିକଟବର୍ତ୍ତୀ ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମ ସ୍ଥିତ ହନୁମାନ ମନ୍ଦିରରୁ ସୁନା ଅଳଙ୍କାର ଚୋରି ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details