ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଘୋଡ଼ ଲାଗି ପୋଷାକ ପ୍ରସ୍ତୁତି ଶେଷ - ଓଢଣ ଷଷ୍ଠୀ

ଡିସେମ୍ବର 20 ତାରିଖ ରବିବାର ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢଣ ଷଷ୍ଠୀ । ସେହି ଦିନ ଶୀତ ବସ୍ତ୍ର ପରିଧାନ କରିବେ ଶ୍ରୀବିଗ୍ରହ । ଏଣୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବାୟତଙ୍କ ଦ୍ଵାରା ଶୀତ ବସ୍ତ୍ର ପ୍ରସ୍ତୁତ କରାଯାଇଛି ।

ମହାପ୍ରଭୁଙ୍କ ଘୋଡ଼ ଲାଗି ପୋଷାକ ପ୍ରସ୍ତୁତି ଶେଷ
ମହାପ୍ରଭୁଙ୍କ ଘୋଡ଼ ଲାଗି ପୋଷାକ ପ୍ରସ୍ତୁତି ଶେଷ

By

Published : Dec 18, 2020, 10:09 AM IST

ପୁରୀ: ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ ଘୋଡ ଲାଗି ନୀତି ଅନୁଷ୍ଠିତ ହେବ । ଡିସେମ୍ବର 20 ତାରିଖ ରବିବାର ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢଣ ଷଷ୍ଠୀ । ସେହି ଦିନ ଶୀତ ବସ୍ତ୍ର ପରିଧାନ କରିବେ ଶ୍ରୀବିଗ୍ରହ । ଏଣୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜି ସେବାୟତଙ୍କ ଦ୍ଵାରା ଶୀତ ବସ୍ତ୍ର ପ୍ରସ୍ତୁତ କରାଯାଇଛି ।

ଶ୍ରୀମନ୍ଦିରର ପାରମ୍ପରିକ ଦରଜି ସେବାୟତଙ୍କ ଦ୍ଵାରା ଶୀତ ବସ୍ତ୍ର ପ୍ରସ୍ତୁତ

ଦରଜି ସେବାୟତ ପ୍ରକାଶ ମହାପାତ୍ରଙ୍କ ଦ୍ଵାରା ଠାକୁରଙ୍କ ଘୋଡ ତିଆରି କରାଯାଇଛି । ପତନୀ, ଗୀତ ଗୋବିନ୍ଦ ପାଟ ଏବଂ ସୂତା ପୁଟାରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଇଛି । ଘୋଡ଼ ଲାଗି ବେଶ ପାଇଁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ 4ଟି ଘୋଡ଼ ତିଆରି କରାଯାଇଛି । ଏଥି ସହିତ ମଦନ ମୋହନ, ସୁଦର୍ଶନ, ଗରୁଡ, ପତିତପାବନ, ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ , ସୂର୍ଯ୍ୟ ଦେବ, ମୁକ୍ତି ମଣ୍ଡପ ପାର୍ଶ୍ଵରେ ବିରାଜିତ ନୃସିଂହ ମହାପ୍ରଭୁ , ଦକ୍ଷିଣ କାଳିକା ଓ କାକୁଡି ଖାଇ ଠାକୁରାଣୀଙ୍କ ପାଇଁ ମଧ୍ୟ ପୋଷାକ ତିଆରି ହୋଇଛି । ଶୀତ 4 ମାସ ଏହି ଘୋଡ଼ ଲାଗି ନୀତି ସମ୍ପାଦିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details