ଓଡିଶା

odisha

ETV Bharat / state

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଘଣା ଲାଗି

ପବିତ୍ର ଅଣସର ତ୍ରୟୋଦଶୀ ଅବସରରେ ଶ୍ରୀମନ୍ଦିରରେ ଘଣା ଲାଗି ନୀତି ଅନୁଷ୍ଠିତ ହୁଏ । ରବିବାର ସେବାୟତମାନେ ମହାପ୍ରଭୁ ସୁସ୍ଥ ହେବା ଖବର ଗଜପତିଙ୍କୁ ଅବଗତ କରାଇବା ପରେ ସୋମବାର ଏହି ନୀତି ଅନୁଷ୍ଠିତ ହେବ ।

By

Published : Jul 1, 2019, 12:52 PM IST

ଡିଜାଇନ ଫଟୋ

ପୁରୀ: ଆଜି (ସୋମବାର) ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଘଣା ଲାଗି । ପବିତ୍ର ଅଣସର ତ୍ରୟୋଦଶୀ ଅବସରରେ ଶ୍ରୀମନ୍ଦିରରେ ଘଣା ଲାଗି ନୀତି ଅନୁଷ୍ଠିତ ହୁଏ । ରବିବାର ସେବାୟତମାନେ ମହାପ୍ରଭୁ ସୁସ୍ଥ ହେବା ଖବର ଗଜପତିଙ୍କୁ ଅବଗତ କରାଇବା ପରେ ସୋମବାର ଏହି ନୀତି ଅନୁଷ୍ଠିତ ହେବ । ଅଣସର ତ୍ରୟୋଦଶୀ ଦିନ ଖଡୀ ଓ ଖଳି ଲାଗି ହୁଏ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମହାପ୍ରଭୁଙ୍କଠାରେ ଘଣାଲାଗି ହେବା ପରେ ଅନୁଷ୍ଠିତ ହେବ ବନକଲାଗି ନୀତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ପାଇଁ ଲାଗି ହେବ ଖଳି ପ୍ରସାଦ (ଦିବ୍ୟ ପ୍ରଲେପ) । ଏହା ପରେ ଶ୍ରୀଜୀଉଙ୍କ ଶୃଙ୍ଗାର କରାଯାଇ ବନକଲାଗି ନୀତି ଅନୁଷ୍ଠିତ ହେବ ।

ଆସନ୍ତାକାଲି ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ । ସ୍ନାନବେଦିରେ ଅଧିବାସ ଜଳରେ ସ୍ନାନ ପରେ ଜ୍ବରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ । ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି ।

ଚକାବିଜେ ପରେ ଶୋଇ ରହିଥିବା ମହାପ୍ରଭୁ ଅଣସର ପିଣ୍ଡିରେ ଉଠି ବସିଛନ୍ତି । କିନ୍ତୁ ବହୁଦିନ ଧରି ଜ୍ବରରେ ପଡ଼ିବା ପରେ ଦୁର୍ବଳ ଅନୁଭବ କରୁଛନ୍ତି ମହାପ୍ରଭୁ । ଏଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ବଜ୍ର, ସଶକ୍ତ, ସୁଶୋଭିତ କରିବା ତଥା ମହାପ୍ରଭୁଙ୍କୁ ନବଯୌବନ ଆଣିଦେବା ପାଇଁ ଶ୍ରୀମନ୍ଦିରକୁ ଖଳି ପ୍ରସାଦ ବିଜେ କରାଯାଇ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ ।

ରବିବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ଅନୁଷ୍ଠିତ ହେବ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details