ପୁରୀ: ଚଳିତ ବର୍ଷ କୋଭିଡ କଟକଣା ପାଇଁ ଫିକା ପଡିଛି ଗଣେଶ ପୂଜା । ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । କୋଭିଡ ମହାମାରୀ ବ୍ୟାପିବା ଆଶଙ୍କାରେ ସାର୍ବଜନୀନ ପୂଜାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷିଦ୍ଧ କରିଛି। କୌଣସି ଅନୁଷ୍ଠାନ କିମ୍ବା ପୂଜା ମଣ୍ଡପ କର୍ମକର୍ତ୍ତା ସାର୍ବଜନୀନ ଆଡମ୍ବରରେ ପୂଜା କରିପାରିବେ ନାହିଁ । ଏହି ନିର୍ଦ୍ଦେଶକୁ ନଜରରେ ରଖି ପୂଜା ମଣ୍ଡପ କର୍ମକର୍ତ୍ତା ବିଧି ରକ୍ଷା ପାଇଁ ପୂଜା ମଣ୍ଡପ ଓ ଅନ୍ୟ କିଛି ସ୍ଥାନରେ ଛୋଟ ଗଣେଶ ମୂର୍ତ୍ତି ପୂଜା କରିଛନ୍ତି ।
ପ୍ରଶାସନର ନିର୍ଦ୍ଦେଶ ମାନି ପୁରୀରେ ନିରାଡମ୍ବର ଗଣେଶ ପୂଜା - ଗଣେଶ ପୂଜା
ଚଳିତ ବର୍ଷ କୋଭିଡ କଟକଣା ପାଇଁ ଫିକା ପଡିଛି ଗଣେଶ ପୂଜା । ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । କୋଭିଡ ମହାମାରୀ ବ୍ୟାପିବା ଆଶଙ୍କାରେ ସାର୍ବଜନୀନ ପୂଜାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷିଦ୍ଧ କରିଛି।
ପ୍ରଶାସନର ନିର୍ଦ୍ଦେଶ ମାନି ପୁରୀରେ ନିରାଡମ୍ବର ଗଣେଶ ପୂଜା
ଭିଡକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନର ଏହି ନିର୍ଦ୍ଦେଶକୁ ସାଧାରଣରେ ସ୍ବାଗତ କରାଯାଇଛି । ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧି ପୂଜା କରାଯାଇଛି। ଅନ୍ୟପଟେ ସାଧାରଣ ଲୋକେ ନିଜ ନିଜ ଘରେ ଗଣେଷ ପୂଜା କରିଥିବା ଦେଖାୟାଇଛି । ଏଥିସହ କୋରୋନା ମହାମାରୀରୁ ବିଶ୍ବକୁ ମୁକ୍ତି ପାଇଁ ସଭିଏଁ ଗଜାନନଙ୍କୁ ପ୍ରାର୍ଥନା କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Aug 22, 2020, 8:13 PM IST