ଓଡିଶା

odisha

ETV Bharat / state

ଚିଲିକା ହ୍ରଦ: ବିଦେଶୀ ପକ୍ଷୀଙ୍କ ସୁରକ୍ଷା ବାର୍ତ୍ତା ନେଇ ଗଣଦୌଡ଼

ଚିଲିକା ହ୍ରଦକୁ ଆସୁଥିବା ବିଦେଶୀ ପକ୍ଷୀଙ୍କର ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇ ଗଣଦୌଡ଼ କରାଯାଇଛି । ସାତପଡ଼ାର ଚିଲିକା କୂଳରୁ ପଣସପଦା ପର୍ଯ୍ୟନ୍ତ ଯୁବକଙ୍କୁ ନେଇ ଏକ ଗଣଦୌଡ଼ କରାଯାଇଛି ।

ganadouda-programme-of-protection-of-chilika-lake-and-birds
ଫଟୋ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

By

Published : Dec 29, 2019, 3:19 PM IST

ବ୍ରହ୍ମଗିରି: ଚିଲିକା ହ୍ରଦକୁ ଆସୁଥିବା ବିଦେଶୀ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେଇ ଗଣଦୌଡ଼ କରାଯାଇଛି । ଉତ୍ସାହୀ ଯୁବକଙ୍କୁ ନେଇ ଏକ ଗଣଦୌଡ଼ କରାଯାଇଥିଲା ।

ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସୌନ୍ଦଯ୍ୟରେ ବିଭୋର ହୋଇ କାହିଁ କେତେ ଦୂରରୁ ପ୍ରତିଦିନ ଛୁଟି ଆସନ୍ତି ବିଦେଶୀ ପର୍ଯ୍ୟଟକ । ଶୀତ ଋତୁ ଆରମ୍ଭ ହୋଇଗଲେ ଚିଲିକାର ଶୋଭାକୁ ଦ୍ବିଗୁଣିତ କରିଥାନ୍ତି ଦୂର ଦୁରାନ୍ତ ଦେଶରୁ ଉଡ଼ିଆସିଥିବା ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ ।ତାଙ୍କ କିଚିରି ମିଚିରି ସ୍ବରରେ ଗୁଞ୍ଜରୀ ଉଠେ ଚିଲିକାର ନୀଳ ଜଳ ରାଶି।

ଚିଲିକା ଓ ପକ୍ଷୀଙ୍କ ସୁରକ୍ଷା ବାର୍ତ୍ତା ନେଇ ଗଣଦୌଡ଼

ଚିଲିକା ପକ୍ଷୀମାନଙ୍କର ସୁରକ୍ଷା ନେଇ ସମ୍ଭାବନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗଣଦୌଡ କାର୍ଯ୍ୟକ୍ରମ କରାଯାଇଥିଲା । ସାତପଡ଼ାର ଚିଲିକା କୂଳରୁ ପଣସପଦା ପର୍ଯ୍ୟନ୍ତ ଉତ୍ସାହୀ ଯୁବକଙ୍କୁ ନେଇ ଏକ ଗଣଦୌଡ଼ କରାଯାଇଥିଲା। ଏମାନେ ଚିଲିକା ଓ ପକ୍ଷୀ ମାନଙ୍କ ସୁରକ୍ଷାର ବାର୍ତା ଲୋକମାନଙ୍କୁ ଦେବା ସହ ବ୍ରହ୍ମଗିରିର ଯୁବକ ମାନେ ଏକତା ହୋଇ ରହିବା ପାଇଁ ସଂକଳ୍ପ ନେଇଥିଲେ।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

ABOUT THE AUTHOR

...view details