ପୁରୀ:ପାଖଉଛି କାଳିଆ ସାଆନ୍ତେଙ୍କ ଘୋଷଯାତ୍ରା । ଜୁନ 20 ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ରଥଯାତ୍ରାର ବିଭିନ୍ନ ପ୍ରସଙ୍ଗ ସହ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା ନେଇ ମତ ରଖିଛନ୍ତି ଗଜପତି ମହାରାଜା । ଏହି ପବିତ୍ର ରଥଯାତ୍ରା ଭକ୍ତି ଓ ସମର୍ପଣର ପର୍ବ । ଭକ୍ତ, ପ୍ରଶାସନର ଭକ୍ତି ବିନା ମହାପ୍ରଭୁଙ୍କ ଯାତ୍ରା ଅସମ୍ଭବ ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତାକୁ ଯାତ୍ରା ପୂର୍ବରୁ ଭକ୍ତଙ୍କ ପାଇଁ ଖୋଲାଯାଇ ଥିବାରୁ ଗଜପତି ମହାରାଜ ଏହାକୁ ସ୍ଵାଗତ କରିଛନ୍ତି ।
ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ନେଇ ବିଭିନ୍ନ ପ୍ରସଙ୍ଗରେ ଗଜପତି ମହାରାଜା ପ୍ରତିକ୍ରିୟା ରଖିଛନ୍ତି । ଅଦିନିଆ ରଥଯାତ୍ରା ନ କରି ରଥଯାତ୍ରାରୁ ନିଳାଦ୍ରୀ ବିଜେ ଭିତରେ ବିଦେଶରେ ରଥଯାତ୍ରା ହେଉ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୋଭିଡ ସ୍ଥିତି ଯୋଗୁଁ ନିର୍ମାଣ କାର୍ଯ୍ୟରେ ବିଳମ୍ୱ ହୋଇଥଲା ତେବେ ଏହାକୁ ଶୀଘ୍ର ସାରିବାକୁ ସରକାର ଉଦ୍ୟମ କରୁଥିବା ବେଳେ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ଗଜପତି ମହାରାଜା କହିଛନ୍ତି ।
ସେହିପରି ଆଗାମୀ ଦିନରେ ରଥ ନିର୍ମାଣ ନେଇ କାଠ ସଙ୍କଟ ସୃଷ୍ଟି ହେବା ଆଶଙ୍କା ଉପରେ ମତ ରଖିଛନ୍ତି ଗଜପତି ମହାରାଜ । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବେଳେ ଏହାର ଠିକ୍ ପରିଚାଳନା ଓ ସୁରକ୍ଷା କରାଗଲା ଆଗାମୀ ଦିନରେ ରଥ ନିର୍ମାଣ ନେଇ କାଠ ସଙ୍କଟ ଦେଖା ଦେବ ନାହିଁ ବୋଲି ସେ ଆଶା କରିଛନ୍ତି । ତପଭୂମି ଯେଭଳି ଭୋଗ ଭୂମିରେ ପରିଣତ ନ ହୁଏ ପୁରୀ ଶଙ୍କରାଚାର୍ଯ୍ୟ ଦେଇଥିବା ମତକୁ ଗଜପତି ମହାରାଜା ସମର୍ଥନ କରିଛନ୍ତି ।