ପୁରୀ: ରାଜ୍ୟର ରାଜଧାନୀ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଏକ ପ୍ରକାର ଧ୍ବଂସ ର ତାଣ୍ଡବ ଖେଳାଇ ଦେଇଛି ବାତ୍ୟା 'ଫନି'। ଆଉ ସବୁଠି ଛାଡି ଯାଇଛି ତାର ପଦଚିହ୍ନ। ଆଉ ଏହାର ପ୍ରଭାବରେ ଅନେକ କିଛି କ୍ଷତି ହୋଇଛି ପୁରୀ ଜିଲ୍ଲାରେ । ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାସଗୃହ ଠାରୁ ଦୋକାନ ଗୃହ କ୍ଷତିଗ୍ରସ୍ତ । ଆଉ ଏଭଳି ସମୟରେ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାତ୍ର ସମୟରେ ଚାଲିଛି କ୍ଷୟକ୍ଷତିର ଆକଳନ ।
କୁରୁପାଳ ଗ୍ରାମରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କ୍ଷୟକ୍ଷତିର ଆକଳନ - କୁରୁପାଳ
ରାଜ୍ୟର ରାଜଧାନୀ ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଏକ ପ୍ରକାର ଧ୍ବଂସ ର ତାଣ୍ଡବ ଖେଳାଇ ଦେଇଛି ବାତ୍ୟା 'ଫନି'। ଆଉ ସବୁଠି ଛାଡି ଯାଇଛି ତାର ପଦଚିହ୍ନ। ଆଉ ଏହାର ପ୍ରଭାବରେ ଅନେକ କିଛି କ୍ଷତି ହୋଇଛି ପୁରୀ ଜିଲ୍ଲାରେ ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ
ରାଜସ୍ବ ବିଭାଗର କର୍ମଚାରୀ ମାନେ ବିଭିନ୍ନ ଗ୍ରାମକୁ ବୁଲି କିଭଳି କ୍ଷୟକ୍ଷତି ହୋଇଛି ତାହାର ଅନୁଧ୍ୟାନ କରୁଛନ୍ତି। ପୁରୀ ଜିଲ୍ଲାର କୁରୁପାଳ ଗ୍ରାମରେ କ୍ଷୟକ୍ଷତିର ଆକଳନ କରୁଥିବା ରାଜସ୍ବ ବିଭାଗର ଏକ ଟିମ୍ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ପୁରୀରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ