ପୁରୀ:ଦେଶ ପାଳୁଛି ଐତିହ୍ୟ ସପ୍ତାହ । ଏହି ଅବସରରେ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ASI (Archaeological Survey of India) ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି । ସେଥିପାଇଁ କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ASI ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ପର୍ଯ୍ୟଟକମାନେ ସ୍ବାଗତ କରିଛନ୍ତି ।
ଓ୍ୱାଲର୍ଡ ହେରିଟେଜ୍ ଓ୍ୱିକ୍ ବା ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ASI ପକ୍ଷରୁ ଏହି ଘୋଷଣା କରାଯାଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଦେଶରେ ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ପର୍ଯ୍ୟଟକମାନେ ବିନା ଟିକେଟ୍ରେ ଯାଇପାରିବେ । ଏଥିପାଇଁ କୋଣାର୍କରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ରାଜ୍ୟରେ ଥିବା ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳରେ ଆଜି ଟିକେଟ୍ ଫ୍ରି କରାଯାଇଛି । ସେପଟେ ASI ଏହି ନିଷ୍ପତ୍ତିକୁ ପର୍ଯ୍ୟଟକମାନେ ସ୍ବାଗତ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:Padmapur ByPoll: ପ୍ରଚାର କରିବେ BJDର 40 ଷ୍ଟାର ପ୍ରଚାରକ, ଜାଣନ୍ତୁ ତାଲିକାରେ କିଏ